ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବଢି ଚାଲିଛି । ଗତ ଦୁଇ ଦିନ ମଧ୍ୟରେ ଦେଶରେ ଦୈନିକ ମାମଲା ଦୁଇଟ ଲକ୍ଷ ଉପରେ ଚିହ୍ନଟ ହୋଇଛି । ଏହି ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି କି , କରୋନା ମାମଲା ଦ୍ରୁତ ଗତିରେ ବ୍ୟାପି ଚାଲିଛି ଏବଂ ହସ୍ପିଟାଲରେ ବେଡ ମଧ୍ୟ ଫୁଲ ହେବାରେ ଲାଗିଛି ।
ସେ ଆଗକୁ ଆହୁରୀ ମଧ୍ୟ କହିଛନ୍ତି କି, ଆମକୁ ଧୈର୍ଯ୍ୟ ଏବଂ ସାହାସର ସହ କାମ କରିବାକୁ ପଡିବ । ଡାକ୍ତରମାନେ ପରିସ୍ଥିତି ଅନୁଯାୟୀ ନିଷ୍ପତି ନେଇପାରନ୍ତି । ସିଷ୍ଟମରେ ସୁଧାର କରିବା ପାଇଁ ଲଗାତର ଭାବେ ଚେଷ୍ଟା ଜାରି ରହିଛି ।
କରୋନାକୁ ନେଇ ସରକାରଙ୍କ ନିକଟରେ ଏକ ବର୍ଷର ଅନୁଭବ ରହିଛି । ସେଥିପାଇଁ କରୋନା ବିପକ୍ଷରେ ଲଢେଇ ପାଇଁ ପୂର୍ବ ଅପେକ୍ଷା ଅଧିକ ପ୍ରସ୍ତୁତ ଅଛୁ । ରୋଗୀ ଏବଂ ତାଙ୍କ ପରିବାରଙ୍କୁ ସକରାତ୍ମକ ଚିନ୍ତାଧାରା ରଖିବା ଉଚିତ୍ ଏବଂ ସାବଧାନତା ଅବଲମ୍ବନ କରିବା ଜରୁରୀ । ଏହାସହିତ କରୋନାକୁ ନେଇ ସମାଜରେ ଖାମଖିଆଲି ବଢୁଛି । କିନ୍ତୁ ଆମକୁ ଧୈର୍ଯ୍ୟ ଏବଂ ସାହାସର ସହିତ କାମ କରିବାକୁ ହେବ ।