ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିରୋ ମୋଟୋକର୍ପ ଏବେ ତାର ସ୍ପୋର୍ଟସ ଲୁକ୍ ଯୁକ୍ତ ବାଇକ୍ କରିଜ୍ମା ଜେଡଏମଆର କୁ ବନ୍ଦ କରିପାରେ । ଏହି ବାଇକ୍ କୁ କମ୍ପାନୀର ୱେବସାଇଟ ରୁ ହଟାଇ ଦିଆଯାଇଛି । ୱେବସାଇଟରେ ଏବେ ଏହି ବାଇକ୍ ସ୍ଥାନରେ ୨୦୦ସିସି ବିଶିଷ୍ଟ ବାଇକ୍ କୁ ଫ୍ଲାଗସିପ୍ ରେଞ୍ଜ ରୂପେ ପ୍ରଦର୍ଶିତ କରାଯାଇଛି । କୁହାଯାଉଛି କି ବିକ୍ରି ନହେବା ଯୋଗୁଁ କମ୍ପାନୀ କରିଜ୍ମା ଜେଡଏମଆର କୁ ବନ୍ଦ କରୁଛି ।
ରିପୋର୍ଟ ମୁତାବକ, ହିରୋ ମୋଟୋକର୍ପ ତାର ବାଇକ୍ କୁ ବିଏସ୬ ଏମିସନ ନର୍ମ୍ସର ଅନୁରୂପେ ଅପଗ୍ରେଡ କରିବ ନାହିଁ । କରିଜ୍ମା ଏବଂ କରିଜ୍ମା ଜେଡଏମଆର ନାମରେ ଦୁଇଟି ବାଇକ ରହିଛି । ଏଥିରେ ୨୨୩ସିସି ଇଞ୍ଜିନ୍ ରହିଛି, ଯାହା ୮ ହଜାର ଆରପିଏମ ରେ ୨୦ବିଏଚପି ର ପାୱାର ଏବଂ ୬ ହଜାର ୫ ଶହ ଆରପିଏମରେ ୧୯.୭ ଏନଏମ ଜେନେରେଟ୍ କରେ ।
ଜେଡଏମଆର ଭ୍ୟାରିଏଣ୍ଟରେ ଫୁଏଲ-ଇଂଜେକ୍ଟେଡ ଟେକ୍ନୋଲୋଜି ଦିଆଯାଇଛି । ମାତ୍ର ଷ୍ଟାଣ୍ଡାର୍ଡ କରିଜ୍ମାରେ କାବ୍ୟୁରିଟର ସିଷ୍ଟମ ରହିଛି । ୨୦୦୩ ମସିହାରେ ହୀରୋ-ହୋଣ୍ଡାର ଜଏଣ୍ଟ ବେଞ୍ଚରେ ଭାରତୀୟ ବଜାରରେ ଲଞ୍ଚ କରିଥିଲା କରିଜ୍ମା ବାଇକ । ଏହାପରେ ୨୦୦୯ ରେ କରିଜ୍ମା ଜେଡଏମଆର ଲଞ୍ଚ ହେଲା । ପରେ ୨୦୧୦ ମସିହାରେ ହିରୋ ଏବଂ ହୋଣ୍ଡା କମ୍ପାନୀ ଅଲଗା ହୋଇଯାଇଥିଲା । ମାତ୍ର ହିରୋ କମ୍ପାନୀ ପକ୍ଷରୁ ଏହି ବାଇକ୍ ବିକ୍ରି ଜାରି ରହିଥିଲା । ମାତ୍ର ଏବେ ହିରୋ ମୋଟୋକର୍ପ ର ୱେବସାଇଟ ରେ ୨୦୦ସିସି ବିଶିଷ୍ଟ ୪ଟି ବାଇକ୍ ଫ୍ଲାଗସିପ୍ ରୂପେ ପ୍ରଦର୍ଶିତ କରାଯାଇଛି । ଏଥିରେ ଏକ୍ସପଲ୍ସ ୨୦୦, ଏକ୍ସପଲ୍ସ ୨୦୦ଟି, ଏକ୍ସଟ୍ରିମ ୨୦୦ ଏସ ଏବଂ ଏକ୍ସଟ୍ରିମ ୨୦୦ଆର ସାମିଲ ଅଛି ।