ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଇପିଏଲ ୨୦୨୨ ନିଲାମୀ ର ପ୍ରଥମ ଦିନରେ ଲାଇଭ ପ୍ରସାରଣ ବେଳେ ଷ୍ଟେଜ ଉପରେ ବେହୋସ ହୋଇପଡିଥିଲେ ନୀଲାମ ଡକାଳି ହୟୁଗ ଏଡମିଡେସ । ତାଙ୍କ ସ୍ଥାନରେ ଆଉ ଜଣେ ନିଲାମ କାର୍ଯ୍ୟ ସମ୍ଭାଳିଥିଲେ । ଏବେ ହୟୁଗ ଏଡମିଡେସଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି । କିନ୍ତୁ ଆଜି ଆଇପିଏଲ ନିଲାମୀର ଦ୍ୱିତୀୟ ଦିନରେ ସେ ନୀଲାମୀ ପ୍ରକ୍ରିୟାରେ ଯୋଗ ଦେଇ ନାହାନ୍ତି । ଚାରୁ ଶର୍ମା ଆଜି ମଧ୍ୟ ନିଲାମୀକୁ ଲିଡ୍ କରୁଛନ୍ତି ।
ସେହିପରି ହୟୁଗ ଏଡମିଡେସଙ୍କ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ଯେଉଁଥିରେ ସେ ନିଜର ସ୍ୱାସ୍ଥ୍ୟ ବିଷୟରେ ଅପଡେଟ ଦେବା ସହିତ କହିଛନ୍ତି କି, ଅସୁସ୍ଥ ହେବା ପରେ ମଧ୍ୟ କାଫିଲା ଆଗକୁ ଜାରି ରହିବା ଉଚିତ୍ । ଶୋ ମଷ୍ଟ ଗୋ ଅନ୍ ।