ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ । କିନ୍ତୁ ହିଂସାକାଣ୍ଡ ପାଇଁ କିଛି ବୁଥରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ୧୩ ଟି ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିବା ସହ ଦୁଇଟି ବୁଥରେ ବାଲାଟ ତ୍ରୁଟି ନେଇ ରିପୋର୍ଟ ଆସିଛି । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୨୫ ଟି ବଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଥିଲା । ଏହା ଉପରେ ନିର୍ବାଚନ କମିଶନ ବିଚାରବିମର୍ଶ କରୁଛନ୍ତି ।
ସେପଟେ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ । ଗତକାଲି ସନ୍ଧ୍ୟାରେ ଶେଷ ହୋଇଛି ନିର୍ବାଚନ ପ୍ରଚାର । ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୧୭୧ ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବ । ଭୋଟି ପାଇଁ ପ୍ରତି ବୁଥରେ ଆଜି ପୋଲିଂ କର୍ମଚାରୀ ପହଁଚିବେ । ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତି ବୁଥରେ ବ୍ୟାପକ ପୋଲିସ ମୁତୟନ ହେଉଛନ୍ତି ।