ମୁମ୍ବାଇ (ଏଟିଆର ବ୍ୟୁରୋ): ଧୀରେ ଧୀରେ ମ୍ୟାଡମ ତୁଷାଦ ମ୍ୟୁଜିଅମରେ କଳାକାରଙ୍କ ମହମ ମୂର୍ତ୍ତି ସ୍ଥାନ ପାଇବାରେ ଲାଗିଛି । ଏହାକୁ ଦେଖିବା ପାଇଁ ମ୍ୟୁଜିଅମରେ ଦର୍ଶକ ମାନଙ୍କର ଭିଡ ଜମୁଛି । ଏହାସହିତ ଏହି ମହମ ମୂର୍ତ୍ତି ସହିତ ଅନେକ ସେଲ୍ଫି ମଧ୍ୟ ଉଠାଉଛନ୍ତି ଦର୍ଶକ । କିନ୍ତୁ ପ୍ରଥମ ଥର ପାଇଁ ଏଭଳି ଏକ କଳାକାରଙ୍କ ମହମ ମୂର୍ତ୍ତି ସ୍ଥାନ ପାଇବାକୁ ଯାଉଛି । ଯିଏ କଥା କହିପାରିବ ।
ସିଙ୍ଗାପୁର ସ୍ଥିତ ମ୍ୟାଡମ ତୁଷାଦ ମ୍ୟୁଜିଅମରେ ପ୍ରଥମ ଥର ପାଇଁ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ମୂର୍ତ୍ତି ସ୍ଥାନ ପାଇବାକୁ ଯାଉଛି । ସବୁୁଠାରୁ ହୃଦୟ ସ୍ପର୍ଶି ହେଉଛି ଏହି ମୂର୍ତ୍ତି କଥା କହିପାରିବ । ଯାହା ଆଗରୁ କେବେ ବି ହୋଇ ନଥିଲା ।
ଖବରମୁତାବକ, ମ୍ୟୁଜିଅମରେ ଅନୁଷ୍କାଙ୍କ ମୂର୍ତ୍ତିରେ ତାଙ୍କ ହାତରେ ଏକ ଅସଲି ଫୋନ ରହିବ । ଏବଂ ସେହି ଫୋନ ମାଧ୍ୟମରେ ଲୋକେ ସେଲ୍ଫି ନେଇ ପାରିବେ । ଯଦି କୌଣସି ବ୍ୟକ୍ତି ସେହି ଫୋନରେ ହାତ ଲଗାଇବେ ତେବେ ଅନୁଷ୍କାଙ୍କ ମୂର୍ତ୍ତି ତାଙ୍କ ସହ କଥା ହେବେ ।
ମ୍ୟୁଜିଅମର ଜେନେରାଲ ମ୍ୟାନେଜର ଆଲେକ୍ସ ୱାର୍ଡଙ୍କ କହିବାନୁଯାୟୀ, ‘ସେ ଅନୁଷ୍କା ସହ କାମ କରିବା ପାଇଁ ଖୁବ୍ ଉତ୍ସାହିତ ଅଛନ୍ତି । ଏଠାକୁ ଭାରତର ଅନେକ ପରିବାର ବୁଲିିବା ପାଇଁ ଆସନ୍ତି । ଆଗକୁ ଅନୁଷ୍କା ଶର୍ମାଙ୍କ ଏହି କଥା କହୁଥିବା ମହମ ମୂର୍ତ୍ତି ଦ୍ୱାରା ଦର୍ଶକ ମାନଙ୍କୁ ଆକର୍ଷିତ କରିବାର ମଉକା ମିଳିବ । ଆଶା ରହିଛି ଅନୁୁଷ୍କାଙ୍କ ଏହି ମୂର୍ତ୍ତି ମ୍ୟୁଜିଅମରେ ଚାରି ଚାନ୍ଦ ଲଗାଇଦେବ’ ।