ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଏକ ବଡ଼ ଘୋଷଣା କରିଛନ୍ତି। ଦେଶ ଛାଡିବାକୁ ଆମେରିକାର ପ୍ରସ୍ତାବକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ସେ କହିଛନ୍ତି। ସେ ଆମେରିକାକୁ କହିଛନ୍ତି କି ଏଭଳି ସଙ୍କଟ ସମୟରେ ନିଜ ଲୋକଙ୍କୁ ଏକୁଟିଆ ଛାଡି ପାରିବିନି । ଯୁଦ୍ଧ ଲଢିବା ପାଇଁ ଅସ୍ତ୍ରର ଆବଶ୍ୟକ ।
ବାସ୍ତବରେ ଆମେରିକାର ତିନିଟି ବାୟୁସେନା ବିମାନ ଆଜି ରୋମାନିଆର ବିମାନ କ୍ଷେତ୍ରରେ ଉଡୁଥିବା ଦେଖିବାକୁ ମିଳିଛି। କୁହାଯାଉଛି ଯେ ଏହି ବିମାନଗୁଡ଼ିକୁ ଉଦ୍ଧାର ପାଇଁ ଆମେରିକାରୁ ପଠାଯାଇଥିଲା।