ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସୋମବାରଠୁ ସ୍କୁଲ ଯିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ । ଅଫଲାଇନ୍ ରେ ହେବ ପାଠପଢା । ସପ୍ତାହ ଯାକ ପାଠ ପଢା ହେବ ନାହିଁ କେବଳ ଆକ୍ଟିଭିଟି କରାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କରିଛନ୍ତି ।
ଗତ ଦୁଇବର୍ଷ ହେବ ସ୍କୁଲରେ ପିଲାମାନେ ପାଠ ପଢି ନାହାନ୍ତି । ସେଥିପାଇଁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ସାମିଲ କରାଯିବ । ଯାହାଫଳରେ ପିଲାମାନେ ଯେପରି ପାଠପଢାରେ ନପଛେଇବେ ସେନେଇ ଆଶା ରଖାଯାଇଛି ।
ପ୍ରଥମରୁ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିବାକୁ ନେଇ ୨୫ ତାରିଖରେ ବିଭାଗର ସମୀକ୍ଷା ବୈଠକ ବସିଥିଲା । ଏଥିରେ ସ୍କୁଲ ଖୋଲିବା ଉପରେ ଆଲୋଚନା ହୋଇଥିଲା ।