ଭଦ୍ରକ ( ଏଟିଆର ବ୍ୟୁରୋ): ପ୍ରେମିକ ବୁଝିଲାନି ପ୍ରେମ । ଦୁଇ ବର୍ଷ କାଳ ଶାରୀରିକ ସମ୍ପର୍କ ରଖିବା ପରେ ବି ପ୍ରେମିକ ମନା କଲା ବିବାହ କରିବାକୁ । ପ୍ରତାରଣାକୁ ସହିପାରିଲା ନାହିଁ ପ୍ରେମିକା । କିରୋସିନ ଢାଳି ହୋଇ ଦେହରେ ଲଗାଇଲା ନିଆଁ । ଏମିତି ଏକ ପ୍ରେମ ପ୍ରତାରଣାର ଖବର ଆସିଛି ଦଦ୍ରକର ମିର୍ଜାପୁର ଗାଁରୁ । ସୂଚନା ଅନୁସାରେ ମୃତକ କରିସ୍ମା ଖାତୁନ କଂଣ୍ଟାବଣିଆର ଶେଖ ସାଦବକୁ ୨ ବର୍ଷ ହେଲା ଭଲ ପାଉଥିଲେ । ଏମିତିକି ତାଙ୍କର ଏହି ପ୍ରେମ ଧିରେଧିରେ ଶାରୀରିକ ସମ୍ପର୍କରେ ପରିଣତ ହୋଇଥିଲା । ଦୁଇ ବର୍ଷ ହେଲା ପ୍ରେମିକ ଜଣଙ୍କ ପ୍ରେମିକାଙ୍କ ସହିତ ସମ୍ପର୍କ ରଖି ଆସୁଥିଲା ।
ତେବେ କୌଣସି କାରଣ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଯାହା ଫଳରେ ଗତକାଲି କରିସ୍ମା ଶେଖ ସାଦବ ଘରେ ଧାରଣାରେ ବସିଥିଲେ । ମାତ୍ର ଶେଖ ସାଦବ କରିସ୍ମାକୁ ବିବାହ କରିବ ନାହିଁ ରୋକ ଠୋକ ମନା କରି ଦେଇଥିଲେ । ଯାହାଫଳରେ କରିସ୍ମା ନିରାଶ ହୋଇ ଘରକୁ ଫେରିଥିଲା ।
ଶେଷରେ ରାତିରେ କରିସ୍ମା ନିଜ ଦେହରେ କିରୋସିନ ଢାଳି ହୋଇ ନିଆଁ ଲଗାଇ ଦେଇଥିଲା । ତେବେ ପରିବାର ଲୋକେ କରିସ୍ମାକୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭତ୍ତର୍୍ି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସେଠାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଆଠ ଘଣ୍ଟା ରହିବା ପରେ କରିସ୍ମାଙ୍କର ମୃତ୍ୟୁ ହୋଇଛି ।