ଭୁବନେଶ୍ୱର (ଏଟିଆର ବ୍ୟୁରୋ):ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପୁଣିଥିରେ ବିଜେଡି ସରକାରଙ୍କୁ ବାଣ ମାରିଛନ୍ତି । ଶ୍ରୀଯୁକ୍ତ ପଣ୍ଡାଙ୍କ କହିବାନୁସାରେ, ଦୀର୍ଘ ଚାରିବର୍ଷ ହେବ ବିଜେଡି ଦଳରେ ଅହିଷ୍ଣୁତା ସୃଷ୍ଟି ହେଉଛି । ହେଲେ ଏହାକୁ ଅଣଦେଖା କରାଯାଉଛି । ଯେତେବେଳେ ମୁଁ ସତ୍ୟ ପ୍ରକାଶ କରିଲି, ସେତେବେଳେ ମୋତେ ଶାରୀରିକ ଅତ୍ୟାଚାର ଦିଆଗଲା । ହେଲେ ମୁଁ ମୋର ବ୍ୟକ୍ତିଗତ ଭାବେ କହୁଛି, ମୋ ହୃଦୟ ଭାଙ୍ଗି ଯାଇଛି । କାସ୍ ମୁଁ ଭୁଲ ହୋଇଥାନ୍ତି । ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଶ୍ରୀଯୁକ୍ତ ପଣ୍ଡା ।
I've been speaking of Odisha's sharp decline in governance in the past 4 yrs, first in pvt then publicly. Been ostracised, & physically attacked, for telling the truth. But it gives me no pleasure to be vindicated by these harsh stats. It breaks my heart, i wish I'd been wrong ? https://t.co/5ZalUdtxEF
— Baijayant Jay Panda (@PandaJay) July 11, 2018
ସୂଚନାନୁସାରେ, ବ୍ୟବସାୟ କରିବା ପାଇଁ ଦେଶର ସବୁଠାରୁ ଉସ୍ରୁଷ୍ଠ ତାଲିକା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଯେଉଁଥିରେ ଆମ ରାଜ୍ୟ ରହିଛି ୧୬ ନମ୍ବର ସ୍ଥାନରେ । ମିନିଷ୍ଟ୍ରୀ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ତରଫରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ପୂର୍ବରୁ ୨୦୧୬ରେ ୧୧ତମ ସ୍ଥାନରେ ରହିଥିବା ଓଡିଶା ଚଳିତ ରିପୋର୍ଟରେ ୧୪ ତମ ସ୍ଥାନକୁ ଖସିଆଯାଇଛି । ଯାହାକୁ କେନ୍ଦ୍ର କରି ବୈଜୟନ୍ତ ଏହି ବୟାନ ଦେଇଛନ୍ତି ।
ପୂର୍ବରୁ ବିବାଦୀୟ ବୟାନ ଦେଉଥିବା ନେଇ ପଣ୍ଡାଙ୍କୁ ବିଜେଡି ଦଳରୁ ନିଲମ୍ବନ କରିଥିଲେ ମୁଖ୍ୟମନ୍ତ୍ରୀ । ହେଲେ ମେ ୨୮ରେ ସେ ୩ ଫର୍ଦ୍ଦରୁ ଚିଠି ଲେଖି ଅତୀ ଦୁଃଖର ସହ ଇସ୍ତଫା ପତ୍ର ପ୍ରଦାନ କରିଥିଲେ ବୈଜୟନ୍ତ । ଏହାସହିତ ସାଂସଦ ପଦରୁ ଓହରିବା ପାଇଁ ମଧ୍ୟ ଇସ୍ତଫା ପତ୍ର ଲେଖିଥିଲେ ଲୋଗସଭା ବାଚସ୍ପତିଙ୍କୁ । ତାଙ୍କର ଏହି ଚିଠିକୁ ଗ୍ରହଣ କରିବା ପାଇଁ ବିଜେଡି ସାଂସଦ ଭର୍ତ୍ତୁହରି ମହତାବ ମଧ୍ୟ ବାଚସ୍ପତିଙ୍କୁ ଜଣାଇଥିଲେ ।