ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଡରାଇଲାଣି କରୋନାର ପଞ୍ଚମ ଲହର । ହଂକଂରେ ଆରମ୍ଭ ହୋଇଯାଇଛି ପଞ୍ଚମ ଲହର ଆତଙ୍କ । ଯାହାଫଳରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୫୫ ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାପରେ ଏବେ ଚିନ୍ତା ବଢିଯାଇଛି ।
ସାରା ବିଶ୍ୱରେ କରୋନାର ତୃତୀୟ ଲହର ଏବେ ହ୍ରାସ ପାଉଛି । କିନ୍ତୁ ହଂକଂରେ ଆତଙ୍କ ଖେଳାଇଛି କରୋନର ପଞ୍ଚମ ଲହର । ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି ।
ବିଶେଷଜ୍ଞଙ୍କ କହିବାନୁଯାୟୀ, ଟୀକାକରଣ ଗତି ଧୀମା ହେବା ପରେ କରୋନା ମାମଲା ବୃଦ୍ଧି ହୋଇଛି । କାରଣ ହଂକଂରେ ବର୍ତ୍ତମାନ ସୁଦ୍ଧା ଅନେକ ବ୍ୟକ୍ତି ଗୋଟେ ବି ଡୋଜ୍ ନେଇ ନାହାନ୍ତି । ମୃତକଙ୍କ ମଧ୍ୟରୁ ଅନେକ ଟୀକା ନେଇନଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ହଂକଂରେ ଗତ ୭ ଦିନ ମଧ୍ୟରେ ୩୦୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ସେହିପରି ଦୁଇ ତିନି ମଧ୍ୟରେ ପଜିଟିଭ ହାର ଦ୍ୱିଗୁଣ ହୋଇଯାଇଛି ।