ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଆଶଙ୍କରେ ଭୟ କରୁଥିବା ଦେଶବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ଏକ ବଡ଼ ଧରଣର ହ୍ରାସ ଘଟିଛି। ବ୍ୟାରେଲ ପିଛା ୧୩୦ ଡଲାରରୁ ଅଧିକ କାରବାର କରୁଥିବା ଅଶୋଧିତ ତୈଳର ମୂଲ୍ୟ ବର୍ତ୍ତମାନ ବ୍ୟାରେଲ ପିଛା ୧୧୧ ଡଲାରକୁ ଖସି ଆସିଛି।
ବ୍ରେଣ୍ଟ ଫ୍ୟୁଚର ଉପରେ ଅଶୋଧିତ ତୈଳର ମୂଲ୍ୟ ୧୩ ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା ୧୧୧ ଡଲାରରେ ପହଞ୍ଚିଛି। ବାସ୍ତବରେ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ଯାହା ତୈଳ ଉତ୍ପାଦନକାରୀ ଦେଶ ସଂଗଠନ (ଓପିଇସି) ର ସଦସ୍ୟ ଅଟେ, ସେ ଅଶୋଧିତ ତୈଳ ଉତ୍ପାଦନ ବୃଦ୍ଧି କରିବ । ଯଦି ଏଭଳି ହୁଏ ତେବେ ଏହା ଯୋଗାଣର ଅଭାବ ପୂରଣ କରିବାରେ ସାହାଯ୍ୟ କରିବ । କାରଣ ଗୋଟେପଟେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ହେତୁ ଯୋଗାଣ ବ୍ୟାହତ ହୋଇଥିବାବେଳେ ଅନ୍ୟପଟେ ଋଷରୁ ତୈଳ ଅମାଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି ଆମେରିକା । ଯାହା ଅଶୋଧିତ ତୈଳ ହ୍ରାସ ହେବାର ଆଶଙ୍କା ରହିଛି ।