ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମାର୍ଚ୍ଚ ୧୭ ରେ ନୂତନ ଏ ସିରିଜ୍ ଫୋନ ଲଞ୍ଚ କରିପାରେ ସାମସଙ୍ଗ । ଗତବର୍ଷ ସାମସଙ୍ଗ ତାର ଏ ସିରିଜ ଲଞ୍ଚ ସମୟରେ ଏ୭୨ ଏବଂ ଏ୫୨ ଲଞ୍ଚ କରିଥିଲା । ଏଥରକ ଦୁଇଟି ନୂତନ ଫୋନ ଗାଲାକ୍ସି ଏ୭୩ ଏବଂ ଏ୫୩ ଲଞ୍ଚ ହେବାର ସମ୍ଭାବନା ରହିଛି । ଏହାସହିତ ଦୁଇଟିଯାକ ଫୋନ ୫ଜି ହେବାର ମଧ୍ୟ ଆଶା କରାଯାଉଛି ।
ସାମସଙ୍ଗ ଗାଲାକ୍ସି ଏ୭୩ ର ସ୍ନାପଡ୍ରାଗନ ୭୫୦ଜି ଚିପସେଟ ସହ ଆସିବାର ଆଶା ରହିଛି । ସେହିପରି ଗାଲାକ୍ସି ଏ୫୩ ସାମସଙ୍ଗ ଏକ୍ସିନଓ ୧୨୦୦ ସହ ଆସିପାରେ ।
ଅବଶ୍ୟ ନୂତନ ଫୋନ ବିଷୟରେ କୌଣସି ଆଧିକାରିକ ତଥ୍ୟ ଉପଲବ୍ଧ ନାହିଁ । କିନ୍ତୁ ରିପୋର୍ଟ ମୁତାବକ, ସାମସଙ୍ଗ ଗାଲାକ୍ସି ଏ୭୩ରେ ଏ୭୨ ଭଳି ଡିଜାଇନ ହୋଇପାରେ । ଏଥିରେ ୯୦ଏଚଜେଡ ରିଫ୍ରେସ ରେଟ ବିଶିଷ୍ଟ ୬.୭ ଇଂଚ ଡିସପ୍ଲେ ଏବଂ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କାନର ସାମିଲ ଅଛି ।