ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଢିପାରେ ମନରେଗାର ପାରିଶ୍ରମିକ । ଏନେଇ କେନ୍ଦ୍ର ସରକାର ଯୋଜନା କରୁଥିବା ବିଶେଷ ସୂତ୍ରରୁ ଖବର ପ୍ରକାଶ ପାଇଛି । ସୂଚନା ଅନୁସାରେ ପାରଶ୍ରିକରେ ୮ ରୁ ୧୦ ପ୍ରତିଶତ ପ୍ରାରିଶ୍ରମିକ ବୃଦ୍ଧି କରି ପାରନ୍ତି ସରକାର । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ହ୍ରାସ ପାଉଥିବା ସମ୍ବଳର ମୁକାବିଲା ପାଇଁ ସରକାର ଏମିତି ଏକ ନିଷ୍ପତ୍ତି ନେଉଛନ୍ତି ।
ଗ୍ରାମାଞ୍ଚଳରେ ଆୟ ବୃଦ୍ଧି କରିବା ପାଇଁ ଗ୍ରାମାଞ୍ଚଳର ଉନ୍ନତି ପାଇଁ ଦିଆଯାଉଥିବା ବଜେଟକୁ ୬୦ ହଜାର କୋଟି ଟଙ୍କରୁ ବୃଦ୍ଧି କରି ୭୦ ହଜାର କୋଟି ଟଙ୍କା କରି ପାରନ୍ତି ସରକାର । ସେହିଭଳି ମନରେଗାକୁ କଞ୍ଜ୍ୟୁମର ପ୍ରାଇସ ଇଣ୍ଡେକ୍ସ ଏଗ୍ରିକଲଚର ଲେବର ସହ ସଂଯୋଗ କରିବାକୁ ଯୋଜନା କରୁଥିବା ଜଣାପଡିଛି ।