ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଦେଶର ଜିଏସଟି ହ୍ରାସ ପାଇବା ଫଳରେ କେନ୍ଦ୍ର ସରକାର ଏହାକୁ କେଇ ନିଜର ନୂତନ ପ୍ଲାନ କରିଛନ୍ତି । ରିଜର୍ଭ ବ୍ୟାଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରି ରାଜ୍ୟ ଗଡିକୁ ଜିଏସଟି କ୍ଷତିପୁରଣ ପାଇଁ ଋଣ ସୁବିଧା ଦେବା ପାଇଁ କେନ୍ଦ୍ର ସରକାର ଦୁଇଟି ପ୍ରସ୍ତାବ ଦେଇଥିଲେ । ତେବେ ଏହାକୁ ବିରୋଧ ବା ପ୍ରତ୍ୟାଖ୍ୟାନ କରିଛନ୍ତି ୬ ରାଜ୍ୟର ଅଣ-ବିଜେପି ଶାସିତ ରାଜ୍ୟ ମୁଖ୍ୟ ପାତ୍ର । ଏହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି କେନ୍ଦ୍ର ସରକାରଙ୍କ ଆଇନଗତ ଦାୟିତ୍ୱ ବିଷୟରେ କହିଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେରଳର ପିନାରାୟି ବିଜୟନ, ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ୍, ତାମିଲନାଡ଼ୁର ଇ କେ ପଲାନିସ୍ୱାମୀ , ତେଲେଙ୍ଗାନାର କେ. ଚନ୍ଦ୍ରଶେଖର ରାଓ ଏବଂ ଛତିଶଗଡ଼ର ଭୂପେଶ ବାଘେଲ ଜିଏସ୍ଟି କ୍ଷତିପୂରଣକୁ ନେଇ କେନ୍ଦ୍ର ଦେଇଥିବା ପ୍ରସ୍ତାବକୁ ଖାରଜ କରିଛନ୍ତି। ଋଣ ମାଧ୍ୟମରେ କ୍ଷତିପୂରଣ ରାଶିର ବ୍ୟବସ୍ଥା କରିବା ଲାଗି କେନ୍ଦ୍ର ଦୁଇଟି ବିକଳ୍ପ ପ୍ରଦାନ କରିଥିଲା କିନ୍ତୁ ଏହି ଛଅଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ଦାୟିତ୍ୱ ବିଷୟରେ ଅବଗତ କରାଇବା ସହ କହିଛନ୍ତି ଯେ ଯଦି ରାଜ୍ୟଗୁଡ଼ିକ ଋଣ କରିବେ ତେବେ ପରିଶୋଧ ବେଳେ ତାହା ସେମାନଙ୍କ ଆର୍ଥିକ ସ୍ଥିତି ଉପରେ ଅତିରିକ୍ତ ଚାପ ସୃଷ୍ଟି କରିବ। କେନ୍ଦ୍ର ନିଜେ ଋଣ କରୁ ଏବଂ ଦରକାର ପଡ଼ିଲେ ୨୦୨୨ ପରେ ମଧ୍ୟ ସେସ୍ ଆଦାୟ ଜାରି ରଖାଯାଉ ବୋଲି ଏହି ମୁଖ୍ୟମନ୍ତ୍ରୀମାନେ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି କିନ୍ତୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପା କେନ୍ଦ୍ରର ୯୭ ହଜାର କୋଟି ଟଙ୍କା ଋଣ ପ୍ରସ୍ତାବକୁ ସମର୍ଥନ କରିଛନ୍ତି ।
ଜିଏସ୍ଟି କ୍ଷତିପୂରଣ ବାବଦରେ କେନ୍ଦ୍ରକୁ ଆଖି ଦେଖାଇବା ପାଇଁ ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକ ପ୍ରସ୍ତୁତ ହୋଇଯାଇଛନ୍ତି। ଏହିପରି ଭାବେ ଆସନ୍ତା ଦିନରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଲଢ଼େଇ ଜୋରଦାର ହେବ ବୋଲି ଜଣା ପଡୁଛି । ରାଜ୍ୟଗୁଡ଼ିକ ପାଖରେ ଥିବା କ୍ଷମତାକୁ କେନ୍ଦ୍ର ବିଭିନ୍ନ ଉପାୟରେ ହରଣ କରୁଥିବା ନେଇ ଅନେକ ସମୟରେ ଅଭିଯୋଗ ହେଉଛି । ଏହା ଦେଶର ସଂଘୀୟ ବ୍ୟବସ୍ଥା ପ୍ରତି ଏକ ବଡ଼ ବିପଦ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ସେଭଳି ଏକ ସମୟରେ ଜିଏସ୍ଟି କ୍ଷତିପୂରଣକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମତଭେଦ ମହାମାରୀ ମୁକାବିଲା କରୁଥିବା ମୋଦୀ ସରକାରଙ୍କ ପାଇଁ ଚିନ୍ତାର କାରଣ ସାଜିଛି ।
ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି କହିଛନ୍ତି ରାଜ୍ୟଗୁଡିକ ସହ ବିଶ୍ୱାସ ଘାତକତା ହୋଇଛି। ଏପରି କରିବା ଆଦୌ ଉଚିତ ନଥିଲା । କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଜିଏସ୍ଟି କ୍ଷତିପୂରଣ ଦେବା ବିଷୟକୁ ସମ୍ମାନ ଦେବେ ନାହିଁ ବୋଲି ଅଭିଯୋଗ କରି ୨୦୧୩ରେ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଜିଏସ୍ଟିକୁ ବିରୋଧ କରିଥିଲେ। ପୂର୍ବରୁ ହୋଇଥିବା ଏହି କଥାକୁ ମମତା ଆଜି ମୋଦୀଙ୍କୁ ମନେ ପକାଇ ଦେଇଛନ୍ତି। କେନ୍ଦ୍ରରେ ଥିବା ବିଜେପି ସରକାର ଉପରେ ଥିବା ବିଶ୍ୱାସ ଆମେ ହରାଇଛୁ ବୋଲି ସେ ଲେଖିଛନ୍ତି। ଯେତେବେଳେ ରାଜ୍ୟଗୁଡ଼ିକ ନିଜ କର୍ମଚାରୀଙ୍କୁ ଦରମା ଦେଇପାରୁନାହାନ୍ତି ଏବଂ ଏବେ ଯେଉଁଭଲି ଭାବେ ମହାମାରୀ ପରିସ୍ଥିତି ଚାଲିଛି ଏଭଲି ସମୟରେ ଋଣ କରିବାକୁ କେନ୍ଦ୍ର ରାଜ୍ୟଗୁଡ଼ିକୁ କହୁଛି ବୋଲି ମମତା ଲେଖିଛନ୍ତି,ଏହା ଅନୁଚିତ । କେରଳ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଯେଉଁ ବୁଝାମଣା ରହିଛି ସେହି ଅନୁସାରେ ଋଣ କରି ରାଜ୍ୟଗୁଡ଼ିକ କ୍ଷତିପୂରଣ ଦେବା ଠିକ ନିଷ୍ପତି ନୁହେଁ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ କହିଛନ୍ତି ରାଜ୍ୟ ଉପରେ ଏହା ଏକ ବଡ ବୋଝ। ବିଜେପି ସହ ମେଣ୍ଟ ସରକାର ଚଲାଉଥିବା ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ କେନ୍ଦ୍ର ପ୍ରସ୍ତାବକୁ ବଡ଼ ବୋଝ କହିବା ସହ ଏହି ଭଳି ନିଷ୍ପତି ଉଚିତ ନୁହେଁ ବୋଲି କହିଛନ୍ତି। ଅତୀତରେ ଜିଏସ୍ଟିକୁ ସମର୍ଥନ କରିଥିବା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ସଂଘୀୟ ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଜିଏସ୍ଟି କ୍ଷତିପୂରଣ ଦେବା ଦରକାର ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି।
କେନ୍ଦ୍ର ବିଶ୍ୱାସ ଘାତକତା କରିଥିବା କଥା କେରଳର ଅର୍ଥମନ୍ତ୍ରୀ ଥମାସ୍ ଆଇଜାକ୍ ମଧ୍ୟ କହିଛନ୍ତି।
କରୋନା ମହାମାରୀ ରୋକିବା ଲାଗି ଗତ ମାର୍ଚ୍ଚରେ କେନ୍ଦ୍ର ସରକାର ଲକ୍ଡାଉନ୍ ଘୋଷଣା କରିବା ପରଠାରୁ ଅର୍ଥନୈତିକ କାର୍ୟ୍ୟକଳାପରେ ଅନେକ ପରିବର୍ତ୍ତନ ଆସିଛି। ରାଜସ୍ୱ ଆୟ ଗୁରୁତର ଭାବେ ପ୍ରଭାବିତ ହେବାରୁ ଜିଏସ୍ଟି କ୍ଷତିପୂରଣ ରାଶି ଦେବାକୁ କେନ୍ଦ୍ର ମନା କରୁଛି ତେଣୁ ଋଣ ମାଧ୍ୟମରେ ଏହି ମାମଲାର ସମାଧାନ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଦୁଇଟି ବିକଳ୍ପ ଦେଇଥିଲେ। ଜିଏସ୍ଟି ପାଇଁ ୪୧ତମ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଦୁଇ ପ୍ରସ୍ତାବ ଦେବା ସହ ବର୍ତ୍ତମାନର କରୋନା ମହାମାରୀ ସଙ୍କଟକୁ ‘ଆକ୍ଟ ଅଫ୍ ଗଡ୍’ ବୋଲି କହିବା ସହ ଏହି ପରିସ୍ଥିତି ଖୁବ ସିଘ୍ର ଶେଷ ହେବ ବୋଲି କହିଥିଲେ । ତେଣୁ ଆରବିଆଇରେ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରି ରାଜ୍ୟଗୁଡ଼ିକୁ ଋଣ ସୁବିଧା ଦେବା ଲାଗି କେନ୍ଦ୍ର ପ୍ରସ୍ତାବ ଦେଇଛି। ହେଲେ ଏହି ପ୍ରସ୍ତାବକୁ ଯୋଗ୍ୟ ବିବେଚିତ କରୁନାହାନ୍ତି ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024