ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବର୍ତ୍ତମାନ ସବୁ ଅଟୋମୋବାଇଲ ଫିଲ୍ଡରେ ବଢିବ ବିକ୍ରି ମୂଲ୍ୟ । ଦେଶରେ ଆଗକୁ ମୋବାଇଲ ସେବାରେ ପରିବର୍ତ୍ତନ ହେବ ଓ ଏହା ସହ ମହଙ୍ଗା ହେବ ମୋବାଇଲ ରେଟ । କାହିଁକିନା ଆସନ୍ତା ୭ ମାସ ଭିତରେ ଆଡଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ (ଏଜିଆର୍)ର ୧୦ ପ୍ରତିଶତ ରାଶି ଦେବାକୁ ପଡ଼ିବ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ଟେଲିକମ୍ କଂପାନିମାନେ ଆସନ୍ତା ୭ ମାସ ଭିତରେ ଆଡଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ(ଏଜିଆର୍)ର ୧୦ ପ୍ରତିଶତ ରାଶି ଦେବାକୁ ପଡ଼ିବ। ଏହା ଏତେ ସହଜ ମଧ୍ୟ ନୁହେଁ ତେଣୁ ଦେଶର ଦୁଇ ପ୍ରମୁଖ ଟେଲିକମ୍ କଂପାନି ଭାରତୀ ଏୟାରଟେଲ୍କୁ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ୨୬୦୦ କୋଟି ଟଙ୍କା ଓ ଭୋଡାଫୋନ୍ ଆଇଡିଆକୁ ୫୦୦୦ କୋଟି ଟଙ୍କା ଦେବାକୁ ପଡିବ ପଡ଼ିବ। ଏହି ଟଙ୍କା ଦେବାକୁ ହେଲେ ପମ୍ପାନୀ ଗୁଡିକୁ ନିଜ ପ୍ରଡକ୍ଟର ମୂଲ୍ୟ ବଢାଇବାକୁ ପଡିବ । ଯାହାକି ଏତେ ପରିମାଣର ଟଙ୍କା ଏକଜୁଟ କରିବାରେ ସହାୟତା କରିବ । ବ୍ରୋକରେଜ୍ ସଂସ୍ଥା ଜାଫେରିଜ୍ ପକ୍ଷରୁ ଆକଳନ କରାଯାଇଛି ଯେ ଟେଲିକମ୍ କଂପାନିଗୁଡ଼ିକ ଖୁବଶୀଘ୍ର ସେମାନଙ୍କ ସେବା ଦରରେ ୧୦ ପ୍ରତିଶତ ବୃଦ୍ଧି ଦରକାର । କେବଳ ସୁପ୍ରିମକୋର୍ଟଙ୍କ ରାୟ ନୁହେଁ , ସ୍ପେକ୍ଟ୍ରମ୍ ମୂଲ୍ୟ ସମେତ ଡାଟା ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ନିଜର ଭିତିଭୂମିକୁ ସେହି ଅନୁସାରେ ପ୍ରସ୍ତୁତ ରଖିବା ଲାଗି ମଧ୍ୟ ଟେଲିକମ୍ କଂପାନିଗୁଡ଼ିକୁ ଅଧିକ ମାତ୍ରାରେ ପୁଞ୍ଜିନିବେଶ କରିବାକୁ ପଡୁଛି । ଶେଷ ଥର ପାଇଁ ୨୦୧୯ ଡିସେମ୍ବରରେ ମେବାଇଲ୍ କଂପାନିଗୁଡ଼ିକ ସେବା ଦାମ୍ରେ ପ୍ରାୟ ୪୦ ପ୍ରତିଶତ ପର୍ୟ୍ୟନ୍ତ ବୃଦ୍ଧି ଘୋଷଣା କରିଥିଲେ। ସେଥିପାଇଁ ଜିଓ, ଭୋଡାଫୋନ୍ ଆଇଡିଆ ଓ ଏୟାରଟେଲ୍ର ତିନି ମାସିଆ ପ୍ୟାକର ମୂଲ୍ୟ ବା ସେବାରେ ବୃଦ୍ଧି ଘଟିଥିଲା । ଏହା ମଧ୍ୟରେ ମୋବାଇଲ ସେବା ଗୁଡିକରେ ଅନେକ ପରିବର୍ତ୍ତନ ଦେଥିବାକୁ ମଧ୍ୟ ମିଳିଥିଲା । ମୋବାଇଲ ସେବା ଉପଲବ୍ଧ କରୁଥିବା ପମ୍ପାନୀ ଗୁଡିକ ମଧ୍ୟ ଡାଟା ପ୍ୟାକ ଠାରୁ ଆରମ୍ଭ କରି ପ୍ରଦାନ କରୁଥିବା ସହୁ ସେବାରେ ସ୍ୱଳ୍ପ ମୂଲ୍ୟ ବଢାଇଥିଲେ ଜେମିତିକି ଜିଓର ୩୯୯ ଟଙ୍କିଆ ପ୍ୟାକ୍ର ଦାମ୍ ୫୯୯ ଟଙ୍କା ପର୍ୟ୍ୟନ୍ତ ବୃଦ୍ଧି ପାଇଛି । ଏୟାରଟେଲ୍ ଟାରିଫ୍ ଦରରେ ମଧ୍ୟ ସେହିଭଳି ବୃଦ୍ଧି ଘଟିଛି। ଠିକ ସେହିଭଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ପରି ପରିବର୍ତ୍ତନ ଦେଖିବାକୁ ମିଳୁଛି ତେଣୁ ମୋବାଇଲର ବିକ୍ରୟ ମୂଲ୍ୟ ବଢାହେବ । ତେବେ ସେବାକୁ ଉପଭୋଗ କରିବା ପାଇଁ ଆଗକୁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ କରିପାରନ୍ତି ବୋଲି ଜଣା ପଡିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024