ମୁମ୍ବାଇ (ଏଟିଆର ବ୍ୟୁରୋ):ଆରମ୍ଭ ହେବାକୁ ଯାଉଛି ଅଧିକ କଣ୍ଟ୍ରୋଭର୍ସିଆଲ ଓ ଫେମସ ରିଆଲିଟି ସୋ ବିଗବସ -୧୪ । ଏହା କଲର୍ସରେ ପ୍ରସାରିତ ହୋଇ ଆସୁଅଛି । ତେଣୁ ଏହି ସୋକୁ ଆସିବାର ଥିବା ପ୍ରତିଯୋଗୀଙ୍କୁ ନେଇ ଏହାକୁ ବର୍ତ୍ତମାନ ଜୋର ଧରିଛି ଚର୍ଚ୍ଚା । ପ୍ରଥମେ ଶୋ’ ସେପ୍ଟେମ୍ବରରୁ ଆରମ୍ଭ ହେବ ବୋଲି ଆଲୋଚନା ହେଉଥିଲା କିନ୍ତୁ ଏବେ ଏହା ଅକ୍ଟୋବରରେ ଅନ୍ ଏୟାର ହେବ ବୋଲି କୁହାଯାଉଛି। ତେବେ ଆଗକୁ ହେବାକପ ଥିବା ଏହି ରିଆଲିଟି ସୋର ସିଜନ ୧୪ ପାଇଁ ବହୁ ଚର୍ଚ୍ଚିତ ରାଧେ ମା’ଙ୍କୁ ସୋ ପାଇଁ ଚୟନ କରାଯାଇଛି । ରାଧେ ମା’ ନାଁରେ ପରିଚିତ ସୁଖବିନ୍ଦର ସିଂହଙ୍କୁ ଗତବର୍ଷ ବିଗବସ୍ ସିଜନ୍ ୧୩ ପାଇଁ ମଧ୍ୟ ଆପ୍ରୋଚ କରାଯାଇ ଥିଲା କିନ୍ତୁ ସେହି ସମୟରେ ସେ ବିବବସରେ ଆସିପାରି ନଥିଲେ । ତେଣୁ ଏହି ବର୍ଷ ଆଗକୁ ପ୍ରସାରିତ ହେବାକୁ ଥିବା ସୋରେ ରାଧେ ମା’ ଆସି ପାରନ୍ତି ବୋଲି ବୋଲି ଜଣା ପଡିଛି । ତେଣୁ ଏହି ଖବର ଜାଣିବା ପରେ ଦର୍ଶକଙ୍କ ମନରେ ଉତ୍ସାହ ବଢିବାରେ ଲାଗିଛି । ରାଧେ ମା’ ଓରଫ ସୁଖବିନ୍ଦର ସିଂହ କେଉଁ ଭଲି ଭାବେ ଅନ୍ୟ ପ୍ରତିଯୋଗୀଙ୍କ ସହ ରହୁଛନ୍ତି ତାହା ଦେଖିବାକୁ ମିଳିବ ଓ ଏହା ସହିକ ଏହା ଦର୍ଶକମାନଙ୍କୁ ଅଧିକ ଏଣ୍ଟରଟେନିଙ୍ଗ କରିବ ବୋଲି ଜଣାପଡୁଛି । ଏହି ବିବାଦିୟ ଓ ଲୋକ ପ୍ରିୟ ରିଆଲିଟି ସୋକୁ ସଲମାନ ଖାନ ସଂଞ୍ଚାଳନ କରୁଛନ୍ତି ।
ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ଦୌରଗଲା ଗାଁରେ ରାଧେ ମାଙ୍କ ଜନ୍ମ। ଖୁବ୍ କମ୍ ବୟସରୁ ସେ ଆଧ୍ୟାତ୍ମିକ ପ୍ରତି ମନ ବଳାଇ ଥିଲେ। ତା’ପରେ ସେ ଯାହା କିଛି ରୋଜଗାର କଲେ ସେଥିରେ ଗରିବ ଲୋକଙ୍କୁ ସାହାଯ୍ୟ କଲେ। ଏବେ ସେ ଶ୍ରୀ ରାଧେ ଗୁରୁ ମା ଚାରିଟେବଲ୍ ଟ୍ରଷ୍ଟ ପରିଚାଳିତ କରୁଛନ୍ତି। କିଛି ଦିନ ତଳେ ସେ ପିଏମ୍ କେୟାର୍ ଫଣ୍ଡକୁ ୧୫ ଲକ୍ଷ ଟଙ୍କା ଦାନ କରିଥିଲେ।
ରାଧେ ମା’ଙ୍କ ବ୍ୟତୀତ ଜସ୍ମିନ୍ ଭସିନ୍, ନିୟା ଶର୍ମା, ନଳିନୀ ନେଗି, ନୈନା ସିଂହ ପ୍ରମୁଖ ଷ୍ଟାର୍ ଏଣ୍ଟି ନେବା କୁହାଯାଉଛି। କରୋନା ଯୋଗୁ ଶୋ’ରେ ଅନେକ ପରିବର୍ତନ ମଧ୍ୟ ଦେଖିବାକୁ ମିଳିବ। ରିପୋର୍ଟ ଅନୁସାରେ ବିଗବସ୍-୧୪ ଜଙ୍ଗଲ ଥିମ୍ ଉପରେ ଆଧାରିତ ହେବ । ଚଳିତ ବର୍ଷ ଏହି ରିଆଲିଟି ସୋରେ ଦମଦାର ଅଭିନୟ କରୁଥିବାନ କଳାକାରମାନେ ଆସିବେ ଓ ଏହା ସହିତ ସେମାନେ ଦର୍ଶକମାନଙ୍କୁ ଅଧିକ ମନୋରଞ୍ଜନ କରାଇବେ ବୋଲି ଆଶା କରାଯାଉଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024