ଜୟପୁର (ଏଟିଆର ବ୍ୟୁରୋ): ରାଜସ୍ଥାନର ରାଜନୀତିରେ ଏବେ ଚାଲିଛି ଶୀତଳ ଯୁଦ୍ଧ ।ରାଜସ୍ଥାନର ସଂକଟକୁ ନେଇ ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଗତକାଲି ପ୍ରେସ କନ୍ଫ୍ରେସ କରିଥିଲେ । ରାଜସ୍ତାନରେ ମୁଖ୍ୟମନ୍ତ୍ରୀ ହେବାପାଇଁ ଯୁଦ୍ଧ ଚାଲିଥିଲା । କଂଗ୍ରେସର ଲଢେଇ କଥା ସମସ୍ତଙ୍କୁ ଜଣା ଥିଲା । ଆରମ୍ଭରୁ ହିଁ ଦୁଇ ରାଜନେତା ଗେହେଲଟ ଓ ପାୟଲଟଙ୍କ ମଧ୍ୟରେ ମତଭେଦ ଚାଲିଥିଲା । ହେଲେ ଏବେ ଫୋନ ଟ୍ୟାପିଙ୍ଗ୍ ମାମଲାକୁ ନେଇ ରାଜସ୍ଥାନର ରାଜନୀତି ସରଗରମ ।
ଭାଜ୍ପାର ରାଷ୍ଟ୍ରୀୟ ପ୍ରବକ୍ତା ଟ୍ୟାପିଂଗକୁ ନେଇ କଂଗ୍ରେସକୁ ଅନେକ ପ୍ରଶ୍ନ ପଚାରିଥିଲେ । କେଉଁ ଅଧିକାର ନେଇ ଫୋନ ଟ୍ୟାପିଙ୍ଗ୍ କରାଯାଇଛି । ଏହା କ’ଣ କାନୁୁନର ନିୟମ ବାହାରେ ?
ରାଜସ୍ଥାନର ଜନତା ମଧ୍ୟ ଜାଣିବାକୁ ଚାହୁଁଛନ୍ତି କ’ଣ ? ରାଜସ୍ଥାନ କେଉଁ ପରିସ୍ଥିତ ଦେଇ ଏବେ ଗତି କରୁଛି ? ଫୋନ ଟ୍ୟାପିଙ୍ଗକୁ ନେଇ ରାଜସ୍ଥାନରେ ଏବେ ଚାଲିଛି ରାଜନୀତି ।
ଭାଜପା ନେତା କହିଛନ୍ତି ନିଜକୁ ବଞ୍ଚାଇ ବାକୁ ଯାଇ ରାଜସ୍ଥାନରେ କାନୁନକୁ ଧୋକା ଦିଆହେଉଛି । ତେଣୁ ଭାଜପା ଅଡିଓ ଟେପ ମାମଲାର ସିବିଆଇ ଜାଞ୍ଚ କରିବାକୁ ଦାବି କରିଛି । ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଅଡିଓ ଟେପକୁ ନେଇ କହିଛନ୍ତି ଯେଉଁ ଏଫଆଇଆର କରାହୋଇଛି ସେଥିରେ ମନଗଢା କଥା ଲେଖା ଯାଇଛି । କିନ୍ତୁ କଂଗ୍ରେସ ନେତା ଏହାକୁ ବାସ୍ତବିକ ବୋଲି କହିଛନ୍ତି ।
ରାଜ୍ୟ ସରକାରଙ୍କୁ ଜବାବ ଦେବା ଦରକାର ଯେ ସେ ମୁଖ୍ୟମନ୍ତ୍ରୀ ଭାବେ ଫୋନ ଟ୍ୟାପିଙ୍ଗରେ ଲିପ୍ତ ଅଛନ୍ତି ବୋଲି । ଏହି କଥା ମଧ୍ୟ ଭାଜପା ନେତା ଦାବି କରିଛନ୍ତି । ରାଜସ୍ଥାନରେ ଏବେ ଆପାତ କାଳୀନ ପରିସ୍ଥିତି ସୃଷ୍ଟି ହୋଇ ଗଲାଣି ବୋଲି ଜନତା ଭାବୁଛନ୍ତି ।