ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦକ୍ଷୀଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଏହି ଲଘୁଚାପ ଘନିଭୂତ ହୋଇ ପରବର୍ତ୍ତି ମୁହୂର୍ତ୍ତରେ ବାତ୍ୟାର ରୂପ ନେଇପାରେ । ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ଏହି ଲଘୁଚାପ କ୍ରମଶଃ ଘନିଭୂତ ହୋଇ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ । ଏହା କେତେ ପରିମାଣରେ ଘନୀଭୂତ ହେବ, ବାତ୍ୟାର ରୂପ ନେବ କି ନେବନି ତାହା ସ୍ପଷ୍ଟ ହୋଇ ପାରି ନାହିଁ । ଏହାର ପ୍ରଭାବରେ ଓଡିଶାରେ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।