ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ପାଇଁ ଜାରିଥିବା ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ କୁ ସାମାନ୍ୟ କୋହଳ କରାଯାଇଛି । ଏହାସହିତ ସରକାରୀ କର୍ମଚାରୀଙ୍କୁ ଅଫିସ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର କର୍ମଚାରୀମାନେ ଅଫିସ୍ ଆସିବା ସମୟରେ ଆଇକାର୍ଡ ଦେଖାଇବା ବାଧ୍ୟତା ମୂଳକ । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।
All Central and State Government Employees in Bhubaneswar are requested to produce I’d Card & letter/email from Office asking them to attend office at police check points. Both documents will be mandatory tomorrow. Kindly co-operate.
— Dr Sudhanshu Sarangi (@SarangiSudhansu) April 20, 2020
ଭୁବନେଶ୍ୱରରେ ସମସ୍ତ କେନ୍ଦ୍ରୀୟ ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଅଫିସ ଆସିବା ବେଳେ ଆଇକାର୍ଡ ଦେଖାଇବା ବାଧ୍ୟତା ମୂଳକ । ଏହାସହିତ ଅଫିସର ଅନୂମତି ପତ୍ର ବି ବାଧ୍ୟତାମୂଳକ । ଏହି ଦୁଇଟି ଡକ୍ୟୁମେଣ୍ଟ ଆସନ୍ତାକାଲିଠାରୁ ଲାଗୁ କରାଯିବ । ସମସ୍ତେ ଏହାକୁ ସହଯୋଗ କରିବା ପାଇଁ ଶ୍ରୀ ଷଡଙ୍ଗୀ ଅନୁରୋଧ କରିଛନ୍ତି ।