ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବା ପାଇଁ ଏଣିକି ୬୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତେ ନେଇ ପାରିବେ ବୁଷ୍ଟର ଡୋଜ୍ । ଏନେଇ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ଗତକାଲି ଘୋଷଣା କରିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଗାଇଡଲାଇନ୍ ଜାରି କରାଯାଇଛି । ଆସନ୍ତାକାଲିଠୁ ଆରମ୍ଭ ହେବ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ବୁଷ୍ଟର ଡୋଜ ଟୀକାକରଣ ।
୬୦ ବୟସରୁ ଅଧିକ ବୟସ୍କର ବ୍ୟକ୍ତି ଯେଉଁମାନେ ଦୁଇଟି ଡୋଜ କରୋନା ଟୀକା ନେବାର ୯ ମାସ ହୋଇ ସାରିଥିବ ସେମାନଙ୍କୁ ବୁଷ୍ଟର ଦିଆଯିବ । ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଜାରି କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।