ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସ ପରାଜୟ ହେବା ପରେ ଆଜି ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି କି, କଂଗ୍ରେସ ଅଧ୍ୟକ୍ଷଙ୍କ ଇଚ୍ଛା ଅନୁଯାୟୀ ମୁଁ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଉଛି ।
ସୂଚନାଯୋଗ୍ୟ, ୫ ଟି ରାଜ୍ୟ ତଥା ଉତ୍ତରପ୍ରଦେଶ, ଗୋଆ, ପଞ୍ଜାବ, ମଣିପୁର ଓ ଉତ୍ତରାଖଣ୍ଡରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜୟ ହେବା ପରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏହି ୫ଟି ରାଜ୍ୟର ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ମାଗିଥିଲେ ।