ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଭଗୱନ୍ତ ସିଂହ ମାନ୍ । ରାଜ୍ୟପାଳ ବନୱାରିଲାଲ ପୁରୋହିତ ତାଙ୍କୁ ଶପଥପାଠ କରାଇଛନ୍ତି । ପଞ୍ଜାବୀ ଭାଷାରେ ଭଗବାନଙ୍କ ନାମରେ ଶ୍ରୀ ମାନ୍ନ ଶପଥ ଗ୍ରହଣ କରିଛନ୍ତି । ଶପଥ ନେବା ପରେ ପଞ୍ଜାବର ୧୭ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଭଗବନ୍ତ ମାନ୍ ।
ଏହି ଶପଥ ଗ୍ରହଣ ସମାରୋହରେ କୌଣସି ଭିଭିଆଇପିଙ୍କୁ ଆମନ୍ତ୍ରିତ କରାଯାଇନଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏହି କାର୍ଯ୍ୟାକ୍ରମରେ ସାମିଲ ହୋଇଥିଲେ ।