ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅସହ୍ୟ ତାତିରେ କଲବଲ ହେଉଛି ରାଜ୍ୟ । ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ରାଜ୍ୟର ୫ ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି । ଏହାସହିତ ଟିଟଲାଗଡ ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ ଏଠାରେ ୪୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଯାହାଦ୍ୱାରା ଘରୁ ବାହାରକୁ ବାହାରିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡିଛି ।
ସେହିପରି ବଲାଙ୍ଗିର ୪୧ ଡିଗ୍ରୀ, ଅନୁଗୁଳ ୪୦.୧ ଡିଗ୍ରୀ, ବୌଦ୍ଧ ୪୦ ଡିଗ୍ରୀ, ଓ ବାରିପଦାରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଅନ୍ୟପଟେ ଭୁବନେଶ୍ୱରରେ ମଧ୍ୟ ୩୭.୬ ତାପାମାତ୍ରା ରେକର୍ଡ କରାଯାଇଛି ।
ଆଜି ମଧ୍ୟ ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି ।