ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେଉଛି । କେତେବେଳେ ମିଟର ଉପରକୁ ଉଠି ଯାଉଛି ତ ପୁଣି କେତେବେଳେ ତଳକୁ ଖସୁଛି । ପ୍ରତ୍ୟେକ ଦିନ କରୋନର ନୂତନ ମାମଲା ସାମ୍ନାକୁ ଆସୁଛି । କିନ୍ତୁ ଲଗାତର ଭାବେ ୧୦ ହଜାର ଉପରେ ରହିଛି ମାମଲା । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୯୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୨୧୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୮୮୫ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 213
7. Cuttack: 867
8. Deogarh: 107
9. Dhenkanal: 162
10. Gajapati: 82
11. Ganjam: 196
12. Jagatsinghpur: 302
13. Jajpur: 378
14. Jharsuguda: 307
15. Kalahandi: 299
16. Kandhamal: 88
17. Kendrapada: 156
18. Keonjhar: 165
19. Khurda: 1460
20. Koraput: 280— I & PR Department, Odisha (@IPR_Odisha) May 19, 2021
New recoveries: 10242
Cumulative tested: 11058386
Positive: 644401
Recovered: 536595
Active cases: 105375— I & PR Department, Odisha (@IPR_Odisha) May 19, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୧୦୨୪୨ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪୪୪୦୧ ରହିଥିବା ବେଳେ ଏହି ରୋଗରୁ ୫୩୬୫୯୫ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୧୦୫୩୭୫ ଜଣ ଚିକିତ୍ସିତ ହେଉଛନ୍ତି ।