ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ ମାତ୍ର ଦୁଇ ଦିନ ପରେ ପୌର ନିର୍ବାଚନ । ମାର୍ଚ୍ଚ ୨୪ ରେ ହେବ ଭୋଟ ଗ୍ରହଣ । ଏନେଇ ସହରମାନଙ୍କରେ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ୨୨ ତାରିଖ ସନ୍ଧ୍ୟା ସୁଧା ଶେଷ ହେବ ପ୍ରଚାର । ପୌର ନିର୍ବାଚନରେ ମୋଟ ୧୯୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବାକୁ ଥିବା ବେଳେ ସେଥିରୁ ବିଏମସି ପାଇଁ ୩୦, ସିଏମସି ପାଇଁ ୨୦, ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏନେଇ ଆଜି ରାଜ୍ୟ ନିର୍ବାଚନ କମିସନର ଏକ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ।
ଅପରାହ୍ନ ୫ଟା ଯାଏଁ ଭୋଟ ଗ୍ରହଣ କରାଯିବ । ଏଥିରେ ମୋଟ ୨୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହେବେ । ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ଯେପରି କୌଣସି ବିଶୃଙ୍ଖଳା ନଉପୁଜେ ସେଥିପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ । ମୁଖ୍ୟତଃ ଶୃଙ୍ଖଳିତ ମତଦାନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।