ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍ମାର୍ଟଫୋନ କମ୍ପାନୀ ଓପୋ ତାର ନୂତନ ସ୍ମାର୍ଟଫୋନ ଓପୋ କେ୧୦ ଭାରତରେ ଲଞ୍ଚ କରିଛି । ଏହି ଫୋନରେ ଫିଚର କଥା ଯଦି କହିବା ତେବେ ଏଥିରେ ସ୍ନାପଡ୍ରାଗନ ୬୮୦ ପ୍ରୋସେସର ଦିଆଯାଇଛି । ଦୁଇଟି ଭ୍ୟାରିଆଣ୍ଟରେ ଲଞ୍ଚ କରିଛି କମ୍ପାନୀ । ଏହାର ବ୍ଲାକ କାର୍ବନ ଏବଂ ବ୍ଲ୍ୟୁ ଫ୍ଲ୍ୟାମ କଲର ଲଞ୍ଚ ହୋଇଛି । ଏହା ମାର୍ଚ୍ଚ ୨୯ରୁ ଫ୍ଲିପକାର୍ଟ ଏବଂ ଓପୋର ଅଫିସିଆଲ ୱେବସାଇଟରେ ବିକ୍ରି ପାଇଁ ଉପଲବ୍ଧ ହେବ ।
ଫୋନରେ ୬.୫୯ ଇଂଚର ଡିସପ୍ଲେ ଦିଆଯାଇଛି । କ୍ୟାମେରା କଥା ଯଦି କହିବା ତେବେ ଏଥିରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ଦିଆଯାଇଛି । ଏଥିରେ ୫୦ ମେଗା ପିକ୍ସଲର ପ୍ରାଇମେରୀ କ୍ୟାମେରା ଦିଆଯାଇଥିବା ବେଳେ ଆଉ ଦୁଇଟି କ୍ୟାମେରା ୨ ମେଗାପିକ୍ସଲର ଦିଆଯାଇଛି ।
କମ୍ପାନୀ ମୁତାବକ ଏଥିରେ ଲୋ ଲାଇଟ ଫଟୋଗ୍ରାଫି ପାଇଁ ନାଇଟସ୍କ୍ୟାପ ମୋଡ ଦିଆଯାଇଛି । ଏହାସହିତ ସେଲ୍ଫି ପାଇଁ ୧୬ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।
ଏହି ଫୋନରେ ଗୋଟେ ଭ୍ୟାରିଆଣ୍ଟ ୬ଜିବି ର୍ୟାମ ଏବଂ ୧୨୮ ଜିବି ଇଂଟରନାଲ ଷ୍ଟୋରେଜ ହୋଇଥିବା ବେଳେ ଆଉ ଏକ ଭ୍ୟାରିଆଣ୍ଟ ୮ ଜିବି ର୍ୟାମ ଏବଂ ୧୨୮ ଜିବି ଇଂଟରନାଲ ଷ୍ଟୋରେଜ ଦିଆଯାଇଛି ।