ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ତର ପ୍ରଦେଶ ବିଧାନସଭାରେ ପୂର୍ଣ୍ଣ ବହୁମତ ହାସଲ କରିବା ପରେ ପୁର୍ନବାର ସତ୍ତାରେ ରହିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ଯୋଗୀ ଆଦିତ୍ୟନାଥ ଆଜି ଅପରାହ୍ନ ୪ଟାରେ ଭାରତ ରତ୍ନ ଅଟଳ ବିହାରି ବାଜପେୟୀ ଇକାନା ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିବେ ।
ଯୋଗୀଙ୍କ ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, ଜେପି ନଡ୍ଡା, ରାଜନାଥ ସିଂହ ସମେତ ବିଜେପିର ଅନେକ ବରିଷ୍ଠ ନେତା ଓ କର୍ମୀମାନେ ଉପସ୍ଥିତ ରହିବେ । ଏହାସହିତ ଏହି ସମାରୋହରେ ରାଜନୀତିଠୁ ନେଇ ଶିଳ୍ପପତି ଓ ବଲିଉଡ ଜଗତର କଳାକାର ମାନେ ମଧ୍ୟ ସାମିଲ ହେବାର ସୂଚନା ରହିଛି ।