ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବର୍ଷକରେ ମୋଟ ୪ ଟି ନବରାତ୍ରୀ ପଡିଥାଏ । ସେଥିମଧ୍ୟରୁ ଚୈତ୍ର ନବରାତ୍ରୀ ଅନ୍ୟତମ । ଏହି ନବରାତ୍ରୀର ଖୁବ୍ ମହତ୍ୱ ରହିଛି । ସେହିପରି ଆଜିଠୁ ଆରମ୍ଭ ଚୈତ୍ର ନବରାତ୍ରୀ । ପ୍ରଥମ ଦିନରେ କଳଶ ସ୍ଥାପନା କରାଯାଇ ମା ଶୈଳପୁତ୍ରୀଙ୍କୁ ଆରାଧନା କରାଯାଇଥାଏ ।
ନବରାତ୍ରୀର ନଅ ଦିନ ଯାକ ମା ଦୁର୍ଗାଙ୍କୁ ନଅଟି ସ୍ୱରୂପକୁ ପୂଜା କରାଯାଇଥାଏ । ସେହିପରି ପ୍ରଥମ ଦିନରେ ମ ଶୈଳପୁତ୍ରୀଙ୍କ ପୂଜା । ଏହାଦ୍ୱାରା ଦେବୀ ମାଙ୍କ ଆର୍ଶୀବାଦ ମିଳିଥାଏ ।
ନବରାତ୍ରି ସମୟରେ ହାଲୁକା ଭାବେ ସାତ୍ବିକ ଭୋଜନ କରାଯାଇଥାଏ। ନିୟମିତ ଖାଦ୍ୟରେ ସନ୍ତୁଳନ ରହିବା ଆବଶ୍ୟକ। ତେଲ, ମସଲା ଓ ନିରାମିଷ ଭୋଜନ କମ କରିବା ଉଚିତ।