ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଜନତାଙ୍କ ଉପରେ ମହଙ୍ଗାମାଡ ଜାରି ରହିଛି । ଲଗାତାର ତୈଳ ଦର ବୃଦ୍ଧି ପରେ ଗତକାଲି ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନଥିଲା । କିନ୍ତୁ ଗୋଟେ ଦିନର ଆଶ୍ୱସ୍ତି ପରେ ତୈଳ କମ୍ପାନୀ ପକ୍ଷରୁ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି । ପେଟ୍ରୋଲ ଦରରେ ୭୬ ରୁ ୮୫ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ବେଳେ ଡିଜେଲ ଦରରେ ୭୬ ରୁ ୮୫ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।
ଆଇଓସିଏଲ ର ସୂଚନା ଅନୁସାରେ ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୧୦୨.୬୧ ରହିଥିବା ବେଳେ ଡିଜେଲ ଲିଟର ପିଛା ଦର ୯୩.୮୭ ଟଙ୍କା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୧୨.୧୯ ଟଙ୍କା ଏବଂ ଡିଜେଲ ୯୭.୦୨ ଟଙ୍କା ରହିଛ । ମୁମ୍ବାଇରେ ପେଟ୍ରୋଲ ଦର ୧୧୭.୫୭ ଟଙ୍କା ଏବଂ ଡିଜେଲ ଦର ୧୦୧.୭୯ ଟଙ୍କା ରହିଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ଦର ୧୦୮.୨୧ ଟଙ୍କା ଏବଂ ଡିଜେଲ ୯୮.୨୮ ଟଙ୍କା ରହିଛି ।