ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ହ୍ରାସ ପାଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୬ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୨ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 4th April
New Positive Cases: 15
Of which 0-18 years: 2
In quarantine: 9
Local contacts: 6(Details of local contacts will be shared by concerned District)
1. Kendrapada: 1
2. Khurda: 9
3. Mayurbhanj: 1
4. Nuapada: 1
5. Sundargarh: 1
6. State Pool: 2— I & PR Department, Odisha (@IPR_Odisha) April 5, 2022
New recoveries: 52
Cumulative tested: 30802080
Positive: 1287757
Recovered: 1278322
Active cases: 261— I & PR Department, Odisha (@IPR_Odisha) April 5, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୫୨ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୮୭୭୫୭ ରହିଥିବା ବେଳେ ୨୬୧ ଜଣ ଚିକିତ୍ସିତ ହେଉଛନ୍ତି ।