ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଲିଛି ଚୈତ୍ର ନବରାତ୍ରୀ । ନବରାତ୍ରୀର ନଅ ଦିନ ଯାକ ମା’ ଦୁର୍ଗାଙ୍କର ନଅଟି ସ୍ୱରୂପକୁ ପୂଜାର୍ଚ୍ଚନା କରାଯାଇଥାଏ । ସେହିପରି ଆଜି ହେଉଛି ନବରାତ୍ରୀର ପଞ୍ଚମ ଦିନ ବା ପଞ୍ଚମୀ । ଏହି ଦିନ ମା ସ୍କନ୍ଦମାତାଙ୍କୁ ପୂଜା କରିବାର ବିଧି ରହିଛି ।
ମା ସ୍କନ୍ଦମାତାଙ୍କର ଚାରୋଟି ଭୁଜ ରହିଛି । ଦକ୍ଷୀଣ ପଟର ଉପରି ଭୁଜରେ ଭଗବାନ ସ୍କନ୍ଦ କୋଳରେ ବସିଛନ୍ତି ତଳ ଭୁଜରେ ପଦ୍ମ ଧାରଣ କରିଛନ୍ତି । ସେହିପରି ବାମ ପଟର ଉପରି ଭୁଜାରେ ବରମୁଦ୍ରା ଏବଂ ତଳ ଭୁଜରେ ପଦ୍ମ ଧାରଣ କରିଛନ୍ତି ।
ସ୍କନ୍ଦମାତାଙ୍କୁ ପୂଜାରେ ମିଠା ଏବଂ ୫ ପ୍ରକାର ଫଳ ଭୋଗ ଲଗାନ୍ତୁ । ଏହାସହିତ ୬ଟି ଗୁଜୁରାତି ମଧ୍ୟ ଅର୍ପଣ କରନ୍ତୁ । ପୂଜା ଶେଷରେ ମାଙ୍କ ଆରତୀ କରି ମନ୍ତ୍ର ଜପନ୍ତୁ ।
ସ୍କନ୍ଦମାତା ମନ୍ତ୍ର:
ୟା ଦେବୀ ସର୍ବଭୂତେଷୁ ମା ସ୍କନ୍ଦମାତା ରୂପେଣ ସଂସ୍ଥିତା
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ । ।
ସିଂହାସନଗତା ନିତ୍ୟଂ ପଦ୍ମଶ୍ରୀତକରଦୁୟା
ଶୁଭଦାସ୍ତୁ ସଦା ଦେବୀ ସ୍କନ୍ଦମାତା ୟଶସ୍ୱିନୀ । ।