ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଲିଛି ଶ୍ରାବଣ ମାସ । ଏହି ମାସ ଭଗବାନ ଶିବଙ୍କର ପ୍ରିୟ ମାସ । ସେଥିପାଇଁ ଏହିମାସରେ ମହାଦେବଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ଏହାସହିତ ଶ୍ରାବଣ ପୂଜାରେ ଶନିଦେବଙ୍କ କୁଦୃଷ୍ଟି ରୁ ମଧ୍ୟ ରକ୍ଷା ମିଳିଥାଏ । ଭଗବାନ ଶିବ ଏବଂ ଶନିଦେବଙ୍କୁ କର୍ମଫଳର ଦେବତା ବୋଲି ମଧ୍ୟ କୁହାଯାଏ । ମାନ୍ୟତାନୁସାରେ ଶିବ ଭକ୍ତଙ୍କ ଉପରେ ଶନିଦେବଙ୍କ କୁଦୃଷ୍ଟି ପଡେ ନାହିଁ । ସେହିପରି ଶ୍ରାବଣ ମାସର କିଛି ଉପାୟ ରହିଛି ଯାହାକୁ କରିବା ଦ୍ୱାରା ଶନି ଦୋଷରୁ ରକ୍ଷା ପାଇ ପାରିବେ । ତେବେ ଆସନ୍ତୁ ଜାଣିବା
ଶ୍ରାବଣ ମାସର ଶନିବାର ଦିନ, ସନ୍ଧ୍ୟାରେ ଗାଧୋଇ ନୀଳ ଏବଂ ଧଳା ପୋଷାକ ପିନ୍ଧିବା ଉଚିତ୍ । ଏହା ପରେ, ଏକ ତମ୍ବା ପାତ୍ରରେ ପାଣି ସହିତ କଳା ଜିରା ମିଶାଇ ଶିବଲିଙ୍ଗ ଉପରେ ଜଲାବିଶେକ କରିବା ଦ୍ୱାରା ଶନି ଦୋଷରୁ ମୁକ୍ତି ପାଇପାରିବେ ।
୨. ଶ୍ରାବଣ ମାସର ପ୍ରତ୍ୟେକ ଶନିବାର ଦିନ, ବର ଗଛ ମୂଳେ ସୋରିଷ ତେଲର ଦୀପ ଜଳାଇ ସନ୍ଧ୍ୟାରେ ଜଳରେ କଳା ଜିରା ମିଶାଇ ଜଳାଭିଶେକ କରିବା ଦ୍ୱାରା ଶନିଙ୍କ କୋପରୁ ରକ୍ଷା ପାଇ ପାରିବେ ।
୩. ଶ୍ରାବଣ ମାସରେ ଶନିବାର ଦିନ ଶନିଦେବଙ୍କ ସହିତ ମହାଦେବଙ୍କ ଆରାଧନା କରିବା ଦ୍ୱାରା ଶନି ଦୋଷରୁ ଛୁଟକାରା ମିଳିଥାଏ । କାରଣ ଶନିଦେବ ସ୍ୱୟଂ ଭବବାନ ଶିବଙ୍କ ପୂଜା କରିଥାନ୍ତି ।
୪. ଶ୍ରାବଣ ଶନିବାରେ ରୁଦ୍ରାକ୍ଷ ମାଳା ସହିତ ଶନିଦେବଙ୍କ ମନ୍ତ୍ର ଜପିବା ଉଚିତ୍ । ଏହି ଉପାୟ କରିବା ଦ୍ୱାରା ଶନି ଦୋଷରୁ ମୁକ୍ତି ମିିଳିଥାଏ ।