ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ପିତୃପକ୍ଷ । ୧୫ ଦିନ ଯାଏଁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ, ତର୍ପଣ, ଅର୍ପଣ ଆଦି କରାଯିବାର ବିଧି ରହିଛି । ଯାହାଦ୍ୱାରା ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳିବା ସହ ସେମାନେ ପରିବାରକୁ ଆର୍ଶିବାଦ ପ୍ରାଦାନ କରିବେ । ଏହି ସମୟରେ ପିତୃପୁରୁଷଙ୍କ ଫଟୋ ଉପରେ ଧ୍ୟାନ ରଖିବା ନିହାତି ଜରୁରୀ । ଅଧିକାଂଶ ଲୋକେ ଘରର କାନ୍ଥରେ ପିତୃପୁରୁଷଙ୍କ ଫଟୋ ଲଗାଇ ଦେଇଥାନ୍ତି । ଯାହା ସମସ୍ୟାକୁ ବଢାଇ ଦେଇଥାଏ । ବାସ୍ତୁ ଅନୁସାରେ ଘରେ ପିତୃପୁରୁଷଙ୍କ ଫଟୋ ଲଗାଇବା ପୂର୍ବରୁ ଅନେକ କଥା ପ୍ରତି ଧ୍ୟାନ ରଖିବା ଉଚିତ୍ । ବିଶ୍ୱାସ ରହିଛି କି ପିତୃପୁରୁଷ ମଧ୍ୟ ଦେବାଦେବୀଙ୍କ ଭଳି ଶକ୍ତିଶାଳୀ ହୋଇଥାନ୍ତି । କିନ୍ତୁ ତାଙ୍କୁ ଦେବାଦେବୀଙ୍କ ସହିତ ଏକାଠି ପୂଜାସ୍ଥଳରେ ରଖିବା ଉଚିତ୍ ନୁହେଁ ।
ଘରର ମନ୍ଦିରରେ ବା ପୂଜା ସ୍ଥଳରେ ପିତୃପୁରୁଷଙ୍କ ଫଟୋ ରଖିବା ଦ୍ୱାରା ଘରେ ଅଶୁଭତା ଏବଂ କଳହ ବଢିଥାଏ । ପିତୃପୁରୁଷଙ୍କ ଫଟୋ ସର୍ବଦା ଦକ୍ଷୀଣ, ଦକ୍ଷୀଣ-ପଶ୍ଚିମ, ଏବଂ ପଶ୍ଚିମ ଦିଗରେ ଲଗାଇବା ଉଚିତ୍ ।
ମାନ୍ୟତା ରହିଛି କି, ପିତୃପୁରୁଷଙ୍କ ଫଟୋ ବେଡରୁମ, ସିଢିଘର, ରୋଷେଇ ଘର ଆଦିରେ ଲଗାଇବା ଉଚିତ୍ ନୁହେଁ । ଏହାଦ୍ୱାରା କଳହ ସାଙ୍ଗକୁ ପାରିବାରିକ ସୁଖ-ଶାନ୍ତି ମଧ୍ୟ ଭଙ୍ଗ ହୋଇଥାଏ ।
ବେଳେ ବେଳେ ଲୋକେ ପିତୃପୁରୁଷଙ୍କ ଫଟୋ ଏଭଳି ସ୍ଥାନରେ ଲଗାଇ ଦେଇଥାନ୍ତି ଯାହା ଉପରେ ସମସ୍ତଙ୍କ ନଜର ପଡିଥାଏ । କିନ୍ତୁ ଏଭଳି କରିବା ଉଚିତ୍ ନୁହେଁ ।
ଘରେ କଦାପୀ ଜୀବିତ ବ୍ୟକ୍ତିଙ୍କ ଫଟୋ ସହିତ ପିତୃପୁରୁଷଙ୍କ ଫଟୋ ଲଗାଇବା ଉଚିତ୍ ନୁହେଁ । ଏହା ଅଶୁଭ ହୋଇଥାଏ । କୁହାଯାଏ କି ଏଭଳି କରିବା ଦ୍ୱାରା ଜୀବିତ ବ୍ୟକ୍ତିଙ୍କ ଆୟୁ କମ ହୋଇ ଯାଇଥାଏ । ସେହିପରି ପିତୃପୁରୁଷଙ୍କ ଫଟୋରେ ଧୂଳି ଅଳିଆ ବସିବାକୁ ଦିଅନ୍ତୁ ନାହିଁ ।