ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଣିକି ଅପହଞ୍ଚ ଅଞ୍ଚଳବାସୀଙ୍କୁ ସହଜରେ ମିଳିବ ସ୍ୱାସ୍ଥ୍ୟ ସେବା । ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଜରିଆରେ ଲୋକଙ୍କୁ ଚିକିତ୍ସା କରାଯିବ ।ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ ହୋଇଥିବା ବେଳେ କରୋନା ପାଇଁ ଏହା କିଛିଦିନ ବନ୍ଦ ରଖାଯାଇଥିଲା ।
ରାଜ୍ୟରେ ଏବେ କରୋନା ମାମଲା ହ୍ରାସ ପାଇବା ପରେ ପୁଣି ଥରେ ଏହି ଯୋଜନାକୁ ଆରମ୍ଭ କରାଯାଇଛି । ନୂଆପଡା ଜିଲ୍ଲାରେ ଆଜି ପ୍ରଥମ କରି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନା ଆରମ୍ଭ ହୋଇଛି । ରୋଗୀଙ୍କ ଚିକିତ୍ସା ଲାଗି ନୂଆପଡାକୁ ଆଜି ୭ ଜଣ ସୁପର ସ୍ପେସାଲିଟି ଡାକ୍ତର ଗସ୍ତ କରିଛନ୍ତି ।
ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଥା ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଭଳି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲାଗି ଏହି ଯୋଜନା ଆରମ୍ଭ କରାଯାଇଛି ।