ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭିଭୋ ତାର ପ୍ରଥମ ଫୋଲ୍ଡେବୁଲ ଫୋନ ଏକ୍ସ ଫୋଲ୍ଡ, ୭ ଇଂଚର ଭିଭୋ ଏକ୍ସ ନୋଟ ସ୍ମାର୍ଟଫୋନ ସହ ଲଞ୍ଚ କରିଛି । ସାମସଙ୍ଗ ଗାଲାକ୍ସି ଜେଡ ପ୍ଲସ ସିରିଜ୍ ଭଳି ଭିଭୋ ଏକ୍ସ ଫୋଲ୍ଡ ୮ ଇଂଚ ପ୍ଲସ ଟେବଲରେ ଖୋଲିପାରେ । କମ୍ପାନୀ ଏଥିରେ ସ୍ନାପଡ୍ରାଗନ ୮୭୦ ପ୍ରୋସେସର ଦେଇଛି । ଏହାସହିତ ଏକ ଭିଭୋପ୍ୟାଡ ଟ୍ୟାବ ମଧ୍ୟ ଲଞ୍ଚ କରିଛି ।
ଭିଭୋ ଏକ୍ସ ଫୋଲ୍ଡରେ ୮.୦୩ ଇଂଚର ଡିସପ୍ଲେ ଦିଆଯାଇଛି । ସେହିପରି ଏହାର ସେକେଣ୍ଡାରୀ ଡିସପ୍ଲେ ୬.୫୩ ଇଂଚର । ଫୋନଟି ୩ଡି ଅଲ୍ଟ୍ରାସୋନିକ ଡୁଆଲ ଫିଙ୍ଗରପ୍ରିଣ୍ଟ ସହିତ ଲଞ୍ଚ ହୋଇଛି । ଏଥିରେ ୧୨ଜିବି ର୍ୟାମ ସହିତ ୨୫୬ଜିବି ଏବଂ ୫୧୨ଜିବି ଷ୍ଟୋରେଜ ସହିତର ଅପ୍ସନ ରହିଛି । ପାୱାର ପାଇଁ ୪୬୦୦ଏମଏଏଚ ର ବ୍ୟାଟେରୀ ଦିଆଯାଇଛି ।
ଏଥିରେ କ୍ୱାଡ ରିୟର କ୍ୟାମେରା ସେଟଅପ ଦିଆଯାଇଛି । ୫୦ ମେଗାପିକ୍ସଲର ପ୍ରାଇମେରୀ କ୍ୟାମେରା, ୪୮ ମେଗାପିକ୍ସଲର ଅଲ୍ଟ୍ରା ୱାଇଡ ଆଙ୍ଗେଲ ଲେନ୍ସ, ୧୨ମେଗାପିକ୍ସଲର ପୋଟ୍ରେଟ କ୍ୟାମେରା ଏବଂ ୮ ମେଗାପିକ୍ସଲର ଟେଲିଫଟୋ ଲେନ୍ସ ଦିଆଯାଇଛି ।
ଭିିଭୋ ଫୋଲ୍ଡର ୧୨ଜିବି +୨୫୬ଜିବି ଭ୍ୟାରିଆଣ୍ଟର ଦାମ୍ ୧,୦୭,୫୦୦ ଟଙ୍କା ରହିଥିବା ବେଳେ ୧୨ଜିବି + ୫୧୨ଜିବି ଭ୍ୟାରିଆଣ୍ଟର ଦାମ୍ ୧,୧୯,୫୦୦ ଟଙ୍କା ରହିଛି ।