ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦକ୍ଷୀଣ ଦିଲ୍ଲୀର ତୁଗଲକାବାଦସ୍ଥିତ ଏକ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ । ଯାହାଫଳରେ ବସ୍ତି ଜଳି ପୋଡି ପାଉଁସ ହୋଇ ଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଅନୁମାନ କରାଯାଉଛି ।
ଗତକାଲି ବିଳମ୍ବିତ ରାତିରେ ବସ୍ତିରେ ନିଆଁ ଲାଗିଯାଇଥିଲା । ଏହାପରେ ଘରୁ ଭିତରୁ ଲୋକେ ବାହାରକୁ ପଳାଇ ଆସିଥିଲେ । ଏହାପରେ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଦମକଳ ବାହିନୀ ଟିମ୍ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ନିଆଁ ଏତେ ମାତ୍ରା ବ୍ୟାପିଥିଲା ଯେ ଆୟତ୍ତ କରିବା କଷ୍ଟକର ହୋଇଥିଲା । ସେଥିପାଇଁ ୩୦ ଟି ଦମକଳ ଗାଡି ନିଆଁ ଲିଭାଇବାରେ ଲାଗିଥିଲା । ଏହାପରେ ଯାଇ ନିଆଁକୁ ଆୟତ୍ତ କରାଯାଇଥିଲା ।
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ବସ୍ତିରେ ନିଆଁ ଲାଗିଥିବା କୁହାଯାଉଛି । ଏନେଇ ଦକ୍ଷୀଣ ଦିଲ୍ଲୀର ଡିସିପି ରାଜେନ୍ଦ୍ର ପ୍ରସାଦ ମିଣା କହିଛନ୍ତି କି, ନିଆଁ ଲାଗିବା ନେଇ ଆମ ପାଖକୁ ପାଖାପାଖି ୧ଟା ବେଳେ ଖବର ଆସିଥିଲା । ପ୍ରଥମେ ୨୦ ଟି ଦମକଳ ଗାଡି ଘଟଣାସ୍ଥଳକୁ ପଠାଇଥିଲୁ । କିନ୍ତୁ ପରେ ୧୦ ଟି ଗାଡିକୁ ପଠାଯାଇଥିଲା । ଏଥିରେ କାହାରି ଜୀବନ କ୍ଷତି ହୋଇ ନାହିଁ ।