ଜମ୍ମୁ-କାଶ୍ମୀର (ଏଟିଆର ବ୍ୟୁରୋ): ଶକ୍ତିର ଦେବୀ ମା ଦୁର୍ଗାଙ୍କ ଉପାସନାର ପର୍ବ ନବରାତ୍ରୀ । ଆଜିଠୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ । ନବରାତ୍ରୀର ପ୍ରଥମ ଦିନରେ ଭକ୍ତଙ୍କ ମଧ୍ୟରେ ଏକ ଭିନ୍ନ ଉତ୍ସାହ ଦେଖିବାକୁ ମିିଳିଛି । ମାତା ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବା ପାଇଁ ବାହାରିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁସୀ ଏବଂ ଉତ୍ସାହ ଦେଖିବାକୁ ମିଳିଛି । ଏହାସହିତ ଚାରିଆଡୁ ଖାଲି ଜୟ ମାତା ଦୀ, ଜୟ ମାତା ଦୀ ଶୁଣିବାକୁ ମିଳୁଛି ।
ଚଳିତବର୍ଷ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ପୂର୍ବଭଳି ଯାତ୍ରା ହୋଇନାହିଁ । ଯାତ୍ରୀଙ୍କ ପାଇଁ ଅନେକ ଗାଇଡଲାଇନ ଜାରି କରାଯାଇଛି । ଏହାପରେ ବି ଯାତ୍ରୀଙ୍କ ମଧ୍ୟରେ ଉତ୍ସାହ କମ ହୋଇନାହିଁ ।
ନବରାତ୍ରୀର ପ୍ରଥମ ଦିନ ମା’ ଶୈଳପୁତ୍ରୀଙ୍କ ପୂଜା କରାଯିବାର ବିଧି ରହିଛି । ଶନିବର ନବରାତ୍ରୀ ଆରମ୍ଭ ହୋଇଥିବାରୁ ଏଥରକ ମା’ ଘୋଡା ଉପରେ ବସି ଆସୁଛନ୍ତି । ପ୍ରକୃତରେ ଦିନ ହିସାବରେ ମା’ ତାଙ୍କର ବାହାନ ଉପରେ ବସି ଧରାବତରଣ କରିଥାନ୍ତି ।