ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହଙ୍ଗାମାଡର ଶିକାର ହେଉଛନ୍ତ ଜନତା । ଦେଶରେ ଲଗାତାର ଭାବେ ତୈଳ ଦର ବୃଦ୍ଧି ହେତୁ ଏହାର ପ୍ରଭାବ ପ୍ରତ୍ୟେକ କ୍ଷେତ୍ରରେ ଦେଖିବାକୁ ମିଳୁଛି । ସେହିପରି ବସ୍ ଉପରେ ମଧ୍ୟ ଏହାର ପ୍ରଭାବ ପଡିବାରୁ ଏବେ ବସ୍ ଭଡା ବୃଦ୍ଧି କରାଯାଇଛି ।
କିଲୋମିଟର ପିଛା ଅର୍ଡିନାରୀ ବସ ଭଡା ୨ ପଇସା ବୃଦ୍ଧି ହୋଇଥିବା ବେଳେ ଏକ୍ସପ୍ରେସ ବସ କିଲେମିଟର ପିଛା ୨ ପିଇସା । ଡିଲକ୍ସ ଓ ଏସି ଡିଲକ୍ସ ବସ କିଲୋମିଟର ପିଛା ୪ ପଇସା ଏବଂ ସୁପର ପ୍ରିମିୟମ ବସ କିଲୋମିଟର ପିଛା ଭଡା ୬ ପଇସା ବୃଦ୍ଧି କରାଯାଇଛି । ଏହି ନୂତନ ଦର ଆଜିଠୁ ଲାଗୁ କରାଯିବ ।