ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜିଠୁ ସ୍କୁଲ ଗାଡି ମାନଙ୍କରେ କରାଯିବ ଫିଟନେସ୍ ଚେକିଂ । ସମସ୍ତ ସ୍କୁଲ ଯାନବାହନର ଫେଟନେସ୍ ଚେକିଂ କଡାକଡି କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର ଅରୁଣ ବୋଥ୍ରା ।
ସ୍କୁଲ ଗାଡିମାନଙ୍କର ଫିଟନେସ୍ ସହିତ, ପଲ୍ୟୁସନ, ଇନ୍ସ୍ୟୁରାନ୍ସ, ପରମିଟ୍ ମଧ୍ୟ କଡାକଡି ଭାବେ ଯାଞ୍ଚ କରାଯିବ । ଯଦି କେହି ନିୟମ ଉଲ୍ଲଂଘନ କରନ୍ତି ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଆସନ୍ତା ୨୭ ତାରିଖ ଯାଏଁ ଏହି ସ୍ୱତନ୍ତ୍ର ଡ୍ରାଇଭ ଚାଲିବ ବୋଲି ଅରୁଣ ବୋଥ୍ରା କହିଛନ୍ତି ।
ସୂଚନାଯୋଗ୍ୟ, ଅନେକ ସ୍କୁଲ ବସ ଗୁଡିକରେ କାଗଜପତ୍ର ଠିକଠାକ ନଥିବା ଅନେକ ଅଭିଯୋଗ ଆସିବା ପରେ ପରିବହନ ବିଭାଗ ଏଭଳି ନିଷ୍ପତି ନେଇଛି ।