ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜ୍ୟେଷ୍ଠ ମାସ ଅମାବାସ୍ୟାକୁ ସାବିତ୍ରୀ ଅମାବାସ୍ୟା ଭାବେ ପାଳନ କରାଯାଇଥାଏ । ଆଜି ହେଉଛି ସାବିତ୍ରୀ ଅମାବାସ୍ୟା । ଏହି ଦିନ ସଧବା ନାରୀ ମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଉପବାସ ରଖିଥାନ୍ତି ।
ତ୍ରେତୟା ଯୁଗରେ ସତି ସାବିତ୍ରୀ ଆଜିର ଦିନର ନିଜ ସ୍ୱାମୀଙ୍କୁ ଜମଲୋକରୁ ଫେରାଇ ଆଣିଥିଲେ । ଚାଲି ଯାଇଛି ଦିନ । କିନ୍ତୁ ରହିଯାଇଛି ଚିହ୍ନ । ସେହିଦିନଠାରୁ ସମସ୍ତ ସଧବା ନାରୀମାନେ ନିଜ ସ୍ୱାମୀଙ୍କ ମଙ୍ଗଳ କାମନା କରି ଆଜିର ଦିନରେ ବ୍ରତ ପାଳିଥାନ୍ତି ।
ଆଜିର ଦିନରେ ମହିଳାମାନେ ଉପବାସ କରିଥାନ୍ତି । ପୂଜା ସରିବା ପରେ ସ୍ୱାମୀଙ୍କ ପାଦୁକା ପାଣି ସେବନ କରିବା ପରେ ଓଷା ଭାଙ୍ଗିଥାନ୍ତି । ଏହାପରେ ସେମାନେ ଫଳମୂଳ ଖାଇଥାନ୍ତି କିନ୍ତୁ ସେମାନେ ରନ୍ଧା ଖାଦ୍ୟ ଖାଇନଥାନ୍ତି । ତେବେ ବ୍ରତ ପାଳନ କରିବା ପାଇଁ ସକାଳୁ ସକାଳୁ ସମସ୍ତ ଦେବାଳୟରେ ଲାଗିଛି ବ୍ରତଧାରୀଙ୍କ ଭିଡ । ଶଙ୍ଖା,ଶାଢ଼ି,ଚୁଡି ଏବଂ ଭୋଗ ଧରି ମନ୍ଦିରରେ ଲଗାଇଛନ୍ତି ଲମ୍ବା ଲାଇନ । ସମସ୍ତ ସଧବା ନାରୀଙ୍କ ପାଇଁ ଆଜିର ଦିନଟି ହେଉଛି ଏକ ଅଭୁଲା ଦିନ ।