ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗୁରୁବାର ଭଗବାନ ବିଷ୍ଣୁଙ୍କୁ ସମର୍ପିତ କରାଯାଇଛି । ଏହିଦିନ ବିଧି ବିଧାନ ସହିତ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ବିବାହରେ ଉପୁଜୁ ଥିବା ବାଧାକୁ ଦୂର କରିବା ହେଉ ଅବା ଜାତକରେ ଗୁରୁ ସ୍ଥିତିକୁ ମଜବୁତ କରିବା । ଏଥିପାଇଁ ଜ୍ୟୋତିଷଚାର୍ଯ୍ୟ ଗୁରୁବାର ବ୍ରତ ରଖିବା ପାଇଁ ପରାମର୍ଶ ଦେଇଥାନ୍ତି ।
ଯେଉଁ ବ୍ୟକ୍ତି ଗୁରୁବାର ବ୍ରତ କରନ୍ତି ସେମାନେ କଦଳୀ ଗଛକୁ ପୂଜା କରନ୍ତି । ଧାର୍ମିକ ମାନ୍ୟତାନୁସାରେ କଦଳୀ ଗଛରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି । ଭଗବାନ ବିଷ୍ଣଙ୍କୁ ପୂଜା କରି ଶେଷରେ ଆରତୀ କରିବାର ବିଧାନ ରହିଛି । ଅର୍ତୀ କରିବା ଦ୍ୱାରା ପୂଜା ପୂର୍ଣ୍ଣ ହୋଇଥାଏ । ବିଶ୍ୱାସ ରହିଛି କି ପୂଜାରେ ଯାହା ତ୍ରୁଟି ରହିଥାଏ ତାହା ଆରତୀ କରିବା ଦ୍ୱାରା ପୂର୍ଣ୍ଣ ହୋଇଥାଏ । ସେଥିପାଇଁ ଆରତୀ କରାଯାଏ । ସେଥିପାଇଁ ଗୁରୁବାର ବ୍ରତ ରଖୁଥିବା ବ୍ୟକ୍ତି ଗୁରୁବାର ସନ୍ଧ୍ୟାରେ ଅର୍ତୀ କରିବାକୁ ବିଲକୁଲ ଭୁଲିବେ ନାହିଁ ।