ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବୁଧବାରକୁ ଭଗବାନ ଗଣେଶଙ୍କୁ ସମର୍ପିତ କରାଯାଇଛି । ଏହିଦିନ ଗଣେଶଙ୍କ ବିଶେଷ ମନ୍ତ୍ର ଦ୍ୱାରା ପୂଜା ଅତ୍ୟନ୍ତ ଫଳଦାୟୀ ହୋଇଥାଏ । ଗଜାନନଙ୍କ ବିଘ୍ନହର୍ତା ବୋଲି କୁହାଯାଇଥାଏ । ସେ ସମସ୍ତ ସଙ୍କଟ ଦୂର କରିବା ସହିତ ସମସ୍ତ ମନସ୍କାମନା ପୁରଣ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ବୁଧବାର ଦିନ କେଉଁ ବିଶେଷ ମନ୍ତ୍ର ସହିତ ଏବଂ କିଭଳି ଗଣେଶଙ୍କୁ ପୂଜା କରିବା ଉଚିତ୍ ।
– ସକାଳୁ ସୂର୍ଯ୍ୟଦୟ ପୂର୍ବରୁ ଉଠି ସ୍ନାନ କରିବା ଉଚିତ୍ ।
– ଘର ବା ଦେବାଳୟରେ ହଳଦିଆ ବସ୍ତ୍ର ଧାରଣ କରି ଶ୍ରୀଗଣେଶଙ୍କୁ ସିନ୍ଦୁର, ଦୁବ, ଫୁଲ, ଫଳ, ପାନ, ଅକ୍ଷତ, ଭୋଗ ଆଦି ଅର୍ପଣ କରିବା ଉଚିତ୍ ।
– ଏହାପରେ ହଳଦିଆ ଆସନ ଉପରେ ବସି ଶ୍ରୀଗଣେ ମନ୍ତ୍ର ଦ୍ୱାରା ପୂଜା ସମ୍ପନ୍ନ କରିବା ଉଚିତ୍ ।
– ଗଣେଶ ମନ୍ତ୍ର:- ଏକଦନ୍ତାୟ ବିଦ୍ମହେ, ବକ୍ରତୁଣ୍ଡାୟ ଧୀମହି, ତନ୍ନୋ ଦନ୍ତୀ ପ୍ରଚୋଦୟାତ । ।
ମହାକର୍ଣ୍ଣାୟ ବିଦ୍ମହେ, ବକ୍ରତୁଣ୍ଡାୟ ଧୀମହି, ତନ୍ନୋ ଦନ୍ତୀ ପ୍ରଚୋଦୟାତ । ।
ଗଜାନନାୟ ବିଦ୍ମହେ, ବକ୍ରତୁଣ୍ଡାୟ ଧୀମହି, ତନ୍ନୋ ଦନ୍ତୀ ପ୍ରଚୋଦୟାତ । ।