ପୁରୀ (ଏଟିଆର ବ୍ୟୁରୋ): ଗତ ଦୁଇଦିନ ଧରି ଶ୍ରୀମନ୍ଦିରରେ ସର୍ବସାଧରଣ ଦର୍ଶନ ବନ୍ଦ ରହିଥିଲା ଆଜି ମଧ୍ୟ ଦର୍ଶନ ବନ୍ଦ ରହିଛି । ରବିବାର ଅର୍ଥାତ ଆଜି ଶ୍ରୀମନ୍ଦିର ପରିସର ଓ ଭିତର ସାନିଟାଇଜ କରାଯାଇଛି । ଆସନ୍ତାକାଲିଠୁ ପୂର୍ବଭଳି ପୁଣି ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ।
ସୂଚନାଯୋଗ୍ୟ, କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖ ନୂଆବର୍ଷରେ ଭିଡ ନହେବା ପାଇଁ ଗତ ଡିସେମ୍ବର ୩୧ ଓ ଜାନୁଆରୀ ୧ ରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିଲା । ସେହିପରି ରବିବାର ସାନିଟାଇଜ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଛି ।