ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କାୟା ମେଲାଉଛି କରୋନାର ନୂତନ ଭ୍ୟାରିଆଣ୍ଟ ଓମିକ୍ରନ୍ । ଏପର୍ଯ୍ୟନ୍ତ ଦେଶରେ ଓମିକ୍ରନର ମୋଟ ମାମଲା ୧୫୨୫ରେ ପହଁଚିସାରିଛି । ଅବଶ୍ୟ ଏଥରୁ ୫୬୦ ରୋଗୀ ସୁସ୍ଥ ହୋଇସାରିଲେଣି । କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ସଂଖ୍ୟା ମୁତାବକ, ଦେଶର ୨୩ ରାଜ୍ୟରୁ ଓମିକ୍ରନ୍ ମାମଲା ସାମ୍ନାକୁ ଆସିଛି ।
ନୂତନ ଭ୍ୟାରିଆଣ୍ଟ ସବୁଠାରୁ ଅଧିକ ପ୍ରଭାବ ମହାରାଷ୍ଟ୍ରରେ ଦେଖାଦେଇଛି । ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ମାମଲା ସାମ୍ନାକୁ ଆସିଛି ।