ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ମନ୍ତ୍ରୀ ମଣ୍ଡଳରୁ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିବା ସୂଚନା ରହିଛି । ଏହାସହିତ ଆସନ୍ତା କାଲି ୧୧.୪୫ରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ । ଗଠନ ହେବ ନୂତନ ମନ୍ତ୍ରୀ ମଣ୍ଡଳ । ଏଥିରେ କିଏ ସାମିଲ ହେବେ ଏବଂ କାହାକୁ କେଉଁ ଦାୟିତ୍ୱ ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ ।
ସରକାରର ପ୍ରତି ପାଳିରେ ମନ୍ତ୍ରୀ ମଣ୍ଡଳର ପରିବର୍ତ୍ତନ ହୋଇଛି । ସେହିଭଳି ଏଥର ମଧ୍ୟ ମନ୍ତ୍ରୀମଣ୍ଡଳର ପରିବର୍ତ୍ତନ ହେବ ।