ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଅସହ୍ୟ ଖରା ତାତି । କଲବଲ କରୁଛି ଖରା । ଡହଡହ ଖରା ସାଙ୍ଗକୁ ଅସମ୍ଭାଳ ଗରମ । ଦିନ ୯ଟା ପରେ ବାହାରକୁ ବାହାରିବା ଅସମ୍ଭବ ହୋଇପଡିଛି । ଆକାଶରୁ ନିଅାଁ ବର୍ଷା ଭଳି ଅନୁଭବ ହେଉଥିବା ବେଳେ ତାତିରୁ ମିଳୁନି ଆଶ୍ୱସ୍ତି । ଉପାନ୍ତରୁ ଉପକୂଳ ସବୁଠି ତାତି କୋପ । ଅଧିକାଂଶ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ପଶ୍ଚିମ ଓଡିଶାର ସ୍ଥିତି ଅସମ୍ଭାଳ । ଆସନ୍ତା ୪ ଦିନ ଯାଏଁ ପାଗରେ କୌଣସି ପରିବର୍ତ୍ତନ ହେବନି ସମାନ ସ୍ଥିତି ଜାରି ରହିବ । ଏହାସହିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ଗ୍ରିଷ୍ମ ପ୍ରବାହ ପାଇଁ ୪ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି । ସେହି ୪ ଜିଲ୍ଲା ହେଉଛି ବଲାଙ୍ଗୀର, ବୌଦ୍ଧ, ସୋନପୁର ଏବଂ ବରଗଡ ।
ଅନ୍ୟପଟେ ଦକ୍ଷୀଣ ଓଡିଶା ସମେତ ଉପକୂଳ ଓଡିଶାରେ କାଳବୈଶାଖୀ ହେବାର ସମ୍ବାବନା ଥିବାରୁ ବିଜୁଳି ଘଡଘଡି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଉଛି ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ, ଗଜପତି, ଗଞ୍ଜାମ, ଢେଙ୍କାନାଳ, ଅନୁୁଗୁଳ, କୋରାପୁଟ, ରାୟଗଡା ଏବଂ କନ୍ଧମାଳ ।