ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଦେବା-ଦେବୀଙ୍କ କୃପା ପ୍ରାପ୍ତି ପାଇଁ ଅନେକ ମନ୍ତ୍ର ରହିଛି । ଯଦି ସଠିକ ଉପାୟରେ ମନ୍ତ୍ର ଜପ କରାନଯାଏ ତେବେ ମନସ୍କାମନା ପୁରଣ ହୁଏ ନାହିଁ ।
ଜ୍ୟୋତିଶଙ୍କ ମତରେ ଭଗବାନଙ୍କୁ ପ୍ରସନ୍ନ କରିବାକୁ ହେଲେ ସର୍ବଶ୍ରେଷ୍ଠ ହେଉଛି ମନ୍ତ୍ର ଜପିବା । ମନ୍ତ୍ରରେ ବହୁତ ଶକ୍ତି ରହିଛି । ମନ୍ତ୍ର ଜପିବା ଦ୍ୱାରା ବ୍ୟକ୍ତି ଭାବନା ସକରାତ୍ମକ ଏବଂ ମଜବୁତ ହୋଇଥାଏ । କିନ୍ତୁ ମନ୍ତ୍ର ଜପିବା ସମୟରେ ଅନେକ ଭୁଲ ହୋଇଯିବା ହେତୁ ପୂର୍ଣ୍ଣ ଫଳ ପ୍ରାପ୍ତ ହୋଇନଥାଏ । ସେଥିପାଇଁ ମନ୍ତ୍ର ଜପିବା ସମୟରେ ବିଶେଷ ଧ୍ୟାନ ଦେବା ଉଚିତ୍ ।
– ବିନା ସ୍ନାନରେ ଭୁଲ୍ ରେ ବି ମନ୍ତ୍ର ଜପନ୍ତୁ ନାହିଁ ।
– ସର୍ବଦା ସଫା ବସ୍ତ୍ର ପିନ୍ଧି ମନ୍ତ୍ର ଜପନ୍ତୁ ।
– ସକାଳ ସମୟରେ ସର୍ବଦା ମନ୍ତ୍ର ଜପନ୍ତୁ, ଏହା ଶୁଭ ହୋଇଥାଏ ।
– ଖାଲି ଚଟାଣରେ ବସି ମନ୍ତ୍ର ଜପନ୍ତୁ ନାହିଁ । ବରଂ ଆସନରେ ବସି ମନ୍ତ୍ର ଜପନ୍ତୁ ।
– ସର୍ବଦା ପଦ୍ମାସନରେ ବସି ମନ୍ତ୍ର ଜପନ୍ତୁ ।
– ତୁଳସୀ ମାଳା ଜରିଆରେ ଆପଣ ମନ୍ତ୍ର ଜପି ପାରିବେ । ମାଳିକୁ ନଖ ମାରନ୍ତୁ ନାହିଁ ।
– ଯେଉଁ ଭଗବାନଙ୍କ ମନ୍ତ୍ର ଆପଣ ଜପ କରୁଛନ୍ତି ତାଙ୍କରି ଛବି ମନରେ ଆଣିବା ଉଚିତ୍ ।
– ସନ୍ଧ୍ୟାରେ ମଧ୍ୟ ମନ୍ତ୍ର ଜାପ କରି ପାରିବେ ।
– ମନ୍ତ୍ର ଜପିବାର ସ୍ଥାନ ପରିବର୍ତ୍ତନ କରନ୍ତୁ ନାହିଁ । ନିୟମିତ ୧୦୮ ଥର ମନ୍ତ୍ର ଜପନ୍ତୁ ।