ଭୁବନେଶ୍ୱର (ଏଟିଆର ବ୍ୟରୋ):ଆପଣମାନେ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି? ବ୍ଲେଡର ଡିଜାଇନ କାହିଁକି ଗୋଟିଏ ପ୍ରକାର? ସାରା ବିଶ୍ୱରେ ଗୋଟିଏ ପ୍ରକାର ବ୍ଲେଡ କାହିଁକି ଉବଲବ୍ଧ? ଯଦି ଆପଣ ଜାଣି ନାହାନ୍ତି, ତେବେ ଆସନ୍ତୁ ଜାଣିବା କ’ଣ ରହିଛି ପ୍ରକୃତ କାରଣ ।
ବ୍ଲେଡ ବନାଇବା କାମ ପ୍ରଥମେ ଜିଲେଟ କମ୍ପାନୀ ଆରମ୍ଭ କରିଥିଲା । ୧୯୦୧ରୁ ଜିଲେଟ କମ୍ପାନୀର ମାଲିକ କିଙ୍ଗ ଜିଲେଟ ଓ ତାଙ୍କ ସହଯୋଗୀ ବିଲ୍ଲିୟମ ନିକର୍ସନଙ୍କ ମିଳିତ ସହଯୋଗରେ ବ୍ଲେଡର ଡିଜାଇନ ହୋଇଥିଲା । ଆଉ ଏହି ଡିଜାଇନକୁ ପେଟେଂଟ କରି ରଖାଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ଡିଜାଇନ ହିଁ ରହିଛି । ତାକୁ କେହିଁ ପରିବର୍ତ୍ତନ କରି ନାହାନ୍ତି ।
ବ୍ଲେଡ କିପରି ଆରମ୍ଭ ହୋଇଥିଲା ?
ପୂର୍ବରୁ ଲୋକମାନେ ସେଭିଂ ପାଇଁ ହତିଆର ବ୍ୟବହାର କରୁଥିଲେ । ଯାହା ବହୁ ସମୟରେ କ୍ଷତି ପହଞ୍ଚାଉ ଥିଲା । କେବଳ ଏତିକି ନୁହେଁ ବହୁ ସମୟ ବି ନଷ୍ଟ ହେଉଥିଲା । କିଙ୍ଗ କୈମ୍ପ ଏହାର ବିକଳ୍ପ ଖୋଜିଥିଲେ । ଆଉ ଏହି ବ୍ଲେଡର ଡିଜାଇନ ତାଙ୍କ ମୁୂଣ୍ଡକୁ ଢ଼ୁକି ଥିଲା । ୧୯୦୪ରେ ପ୍ରଥମ ଥର ପାଇଁ ୧୬୫ଟି ବ୍ଲେଡ ବନାଇଥିଲା ଜିଲେଟ କମ୍ପାନୀ । ଆଉ ଯାହାର ନାଁ ରହିଥିଲା ବ୍ଲୁ ଜିଲେଟ ।
ଅନ୍ୟ କମ୍ପାନୀମାନେ କାହିଁକି ଡିଜାଇନ ବଦଳାଇଲେ ନାହିଁ ?
ସେ ସମୟରେ କେଉଁ ବି କମ୍ପାନୀ ବ୍ଲେଡ ବନାଇବା ସ୍ଥିତିରେ ନଥିଲେ । ପୂରା ଦୁନିଆରେ କେବଳ ଜିଲେଟ ହିଁ ବ୍ଲେଡ ବନାଉଥିଲା । ଏହାପରେ ଅନେକ କମ୍ପାନୀ ଆସିଲେ, ହେଲେ କେହି ମଧ୍ୟ ଏହାର ଡିଜାଇନ ପରିବର୍ତ୍ତନ କରିଲେନି । ଏହାର କାରଣ ବି ହେଉଛି ଜିଲେଟ କମ୍ପାନୀ । ଅନ୍ୟ କମ୍ପାନୀମାନଙ୍କ ପାଖକୁ ଆସୁଥିବା ରେଜର ଜିଲେଟ କମ୍ପାନୀର ହିଁ ଥିଲା । ରେଜରରେ ବ୍ଲେଡ ଫିଟ ହେବା ଲାଗି ବାଧ୍ୟ ହୋଇ ଡିଜାଇନକୁ ଗ୍ରହଣ କରିଥିଲେ ।