ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ବିଧାନସଭାରେ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିଅନୁଯାୟୀ ଆଜିଠୁ ଜୁନ୍ ୨୯ ଯାଏଁ ନାମାଙ୍କନ ଦାଖଲ ପ୍ରକ୍ରିୟା ରହିଥିବା ବେଳେ ୩୦ ରେ ଯାଞ୍ଚ ଏବଂ ଜୁଲାଇ ୨ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା । ଜୁଲାଇ ୧୮ ରେ ହେବ ଭୋଟ ଗ୍ରହଣ ପ୍ରକ୍ରିୟା ।
ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜ୍ୟସଭା, ଲୋକସଭା ଓ ବିଧାନସଭାର ନିର୍ବାଚିତ ସଦସ୍ୟମାନେ ମତଦାନ କରିବେ ।