ବ୍ରହ୍ମଗିରି (ଏଟିଆର ବ୍ୟୁରୋ); ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ସାରି ଏବେ ଜ୍ୱରରେ ପୀଡିତ ଶ୍ରୀଜିଉ । ଅଣସର ପିଣ୍ଡିରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଉପଚାର । ୧୪ ଦିନ ଯାଏଁ ଶ୍ରୀଜିଉଙ୍କର ଏହି ଗୁପ୍ତ ସେବା ଜାରି ରହିବ । ଏହି ସମୟରେ ବ୍ରହ୍ମଗିରି ସ୍ଥିତି ଅଲାରନାଥ ବାବାଙ୍କୁ ଦର୍ଶନ କରିବେ ଭକ୍ତ । ସେହିପରି ଆଜିଠୁ ଅଲାରନାଥଙ୍କ ପୀଠରେ ମହାପ୍ରଭୁ ଅଲାରନାଥଙ୍କ ଦର୍ଶନ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ଦର୍ଶନ କରି ଭାବବିହ୍ୱଳ ହୋଇ ପଡିଛନ୍ତି ଭକ୍ତ । ବିଶ୍ୱାସ ରହିଛି କି ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରିବା ଦ୍ୱାରା ଜଗନ୍ନାଥଙ୍କୁ ଦର୍ଶନ କରିବା ସଦୃଶ ସମଫଳ ପ୍ରାପ୍ତ ହୋଇଥାଏ ।
କରୋନା ପାଇଁ ଗତ ଦୁଇ ବର୍ଷ ହେବ ଅଲାରନାଥଙ୍କ ଦର୍ଶନ ବନ୍ଦ ରହିଥିବା ବେଳେ ଚଳିତବର୍ଷ ମହାପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ଭକ୍ତ । ଭକ୍ତ ଓ ଭଗବାନଙ୍କର ହୋଇଛି ମିଳନ ।
ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଅଲାରନାଥ ପୀଠରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥାମାନ କରାଯାଇଛି ।